PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭେଡିୟାର ଟିଜର ରିଲିଜ୍, ଫ୍ୟାନ୍ସଙ୍କ ଉତ୍କଣ୍ଠା ବଢାଇଲା ବରୁଣ ଧୱନଙ୍କ ଭୂମିକା

ନୂଆଦିଲ୍ଲୀ, ୩୦/୦୯ : ବରୁଣ ଧୱନ ଏବଂ କୃତି ସେନନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଭେଡିୟାର ଟିଜର ରିଲିଜ୍। ଦୀର୍ଘ ସମୟ ଧରି ଫିଲ୍ମ ଚର୍ଚ୍ଚାରେ ଥିଲା। ଏବେ ଟିଜର ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଆହୁରି ବଢିଯାଇଛି। ଟିଜରରେ ବରୁଣ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। ଅଭିନେତାଙ୍କ ଭିନ୍ନ ଚରିତ୍ରକୁ ଦେଖି ଫ୍ୟାନ୍ସଙ୍କ ଉତ୍କଣ୍ଠା ଆହୁରି ବଢିଯାଇଛି। ଟିଜର ଦେଖି ଜଣାପଡ଼ୁଛି ଯେ, ଦର୍ଶକମାନଙ୍କୁ ସରପ୍ରାଇଜ୍ ଭେଟି ଦେବେ ବରୁଣ।

ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଭେଡିୟା ଦେଖିଲେ ଜଙ୍ଗଲ ଭିତରେ ବୁଲି ଶିକାର କରୁଥିବା ରକ୍ତମୁଖା ଭେଡିୟା ବିଷୟରେ ଆପଣଙ୍କର ମନେପଡିଯିବ। ଯିଏ କି ଘୋର ଅନ୍ଧାର ଘୋଟିଯିବା ପରେ ଶିକାର ପାଇଁ ବାହାରିପଡ଼େ। ତେବେ ଟିଜରର ଆରମ୍ଭରେ ଏକ ଭୟାନକ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ବାଜୁଛି। ଆଉ ଏହି ମ୍ୟୁଜିକ ସହ ଦର୍ଶକଙ୍କ ଉତ୍କଣ୍ଠା ଆହୁରି ଅଧିକ ବଢିଯାଉଛି।

ଭେଡିୟା ଫିଲ୍ମରେ ବରୁଣ ଧୱନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ କୃତି ସେନନ ଫିମେଲ ଲିଡ୍ ରୋଲ୍‌ରେ ନଜର ଆସିବେ। ଦୀର୍ଘ ସମୟ ଧରି ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରିଥିଲେ। ଏବେ ଟିଜର ରିଲିଜ୍ ହେବା ପରେ ଉତ୍କଣ୍ଠା ଆହୁରି ଅଧିକ ବଢିଯାଇଛି। ଖାସ୍ କରି ଫିଲ୍ମରେ ଭେଡିୟା ଭୂମିକାରେ ଅଭିନୟ କରୁଥିବା ବରୁଣ କଣ ନୂଆ କରିଛନ୍ତି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ତେବେ ଏହି ଫିଲ୍ମ ନଭେମ୍ଵର ୨୫ରେ ରିଲିଜ୍ ହେବାକୁ ଯାଉଛି।