PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଭୋଗରାଇରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ବିଭିନ୍ନ ବିଭାଗରେ ୭୨୭ ଜଣ ଭିନ୍ନକ୍ଷମ ଚିହ୍ନଟ

ଭୋଗରାଇ,୧୮/୧୧,(ଆ.ପ୍ର.) ଭୋଗରାଇ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଭୋଗରାଇ ପଞ୍ଚାୟତ ସମିତି ସହଯୋଗରେ ଆୟୋଜିତ ଏହି ଶିବିରକୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରରେ ବିଭିନ୍ନ ବିଭାଗରୁ ସମୁଦାୟ ୭୨୭ ଜଣ ଭିନ୍ନକ୍ଷମ ଚିହ୍ନଟ ହୋଇଛନ୍ତି। ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି,ଉପାଧ୍ୟକ୍ଷା ମୀନାରାଣୀ ସାସମଲ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ, ଜିଲ୍ଲା ପରିଷଦ ସଦସ୍ୟା କବିତା ମହାନ୍ତି,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ବେହେରା,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମୁଦୁଲି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗଣପତି ଗିରି,ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ଭବେନ୍ଦ୍ର ସାହୁ,ସମାଜସେବୀ ସନ୍ତୋଷ ସାସମଲ,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଦିପ୍ତ ରାଉତ, ଜିପିଇଓ ନରେନ୍ଦ୍ର ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଶିବିରରେ ୧୨୦୦ ରୁ ଅଧିକ ଦିବ୍ୟାଙ୍ଗ ପରୀକ୍ଷା ନିରୀକ୍ଷା ପାଇଁ ଆସିଥିଲା ବେଳେ ବିଭିନ୍ନ ଅବ୍ୟବସ୍ଥା ଫଳରେ ମାତ୍ର ୭୨୭ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଛି। ଅଙ୍ଗ ବିକୃତ ବିଭାଗରେ ୩୩୪ ଜଣ,ଶ୍ରବଣ ବାଧିତ ବିଭାଗରେ ୧୯୧ ଜଣ,ଦୃଷ୍ଟି ବାଧିତ ବିଭାଗରେ ୧୦୫ ଜଣ ଏବଂ ମାନସିକ ଅନଗ୍ରସର ବିଭାଗରେ ୯୭ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଛି। ଫକୀରମୋହନ ମେଡିକାଲ କଲେଜ ଓ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତର ଆଶୁତୋଷ ପ୍ରଧାନ,ଡାକ୍ତର ସ୍ନିଗ୍ଧା ସୁଚରିତା ବେଦାନ୍ତ,ଡାକ୍ତର ପୂର୍ଣ୍ଣଚନ୍ଦ୍ର ମାଝୀ,ଡାକ୍ତର ଭାରତୀ ଦାସ,ଆସିଷ୍ଟାଣ୍ଟ ପୁଫେସର ଡାକ୍ତର ନିର୍ମାଲ୍ୟ ମହାପାତ୍ର ଓ ଡାକ୍ତର ସୌମ୍ୟରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ପରୀକ୍ଷା ନୀରିକ୍ଷା ମାଧ୍ୟମରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିଥିଲେ। ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ଦେବେନ୍ଦ୍ର କୁମାର ସାହୁ ଓ ଅଜୟ ବଲ୍ଲଭ ଗୋସ୍ୱାମୀ,ବ୍ଳକ ସମବାୟ ସମ୍ପ୍ରସାରଣ ଅଧିକାରୀ ବସନ୍ତ କୁମାର ଗିରି,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଗଙ୍ଗାଧର ସାମଲ, ଡାଟା ଏଣ୍ଟ୍ରି ଅପରେଟର ସପନ କୁମାର ବ୍ରହ୍ମା,ଜୁନିୟର କ୍ଲର୍କ ଆଦିତ୍ୟ ପ୍ରଧାନ,ବିଜୟ କୁମାର ମହାନ୍ତି, ଉମାଶଙ୍କର ଜେନା,ବ୍ଲକ ମୁଖ୍ୟକିରାଣୀ କିଶୋର ଚନ୍ଦ୍ର ବେହେରା,ଆକାଉଣ୍ଟାଣ୍ଟ ଦୁର୍ଗାପ୍ରସାଦ ମାହାଲି ପ୍ରମୁଖ ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ତଥା ଅଙ୍ଗନୱାଡ଼ି କର୍ମୀ,ବହୁ ଶିକ୍ଷକ, ଶିକ୍ଷୟିତ୍ରୀ,ସମସ୍ତ ସିଆରସିସିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିରକୁ ପରିଚାଳନା କରିଥିଲେ।