PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଜଙ୍ଗଲ ଭିତରୁ ନରକଙ୍କାଳ ଠାବ, ମିଳିନି ପରିଚୟ

ଭୋଗରାଇ, ୧୮/୦୮ : ଜଙ୍ଗଲ ଭିତରୁ ନରକଙ୍କାଳ ଠାବ। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବାଣୁଆସାହି ବାଲି ଆଡିଆର ଗଭୀର ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। କଙ୍କାଳ ଠାରୁ କିଛି ଦୂରରେ ପ୍ୟାଣ୍ଟ, ସାର୍ଟ, ବେଲ୍ଟ, ଜୋତା ଆଦି ସାମଗ୍ରୀ ପଡ଼ିଛି। ଏହି ନର କଙ୍କାଳଟି ଏକ ମାସ ତଳେ ନିଖୋଜ ଥିବା ନାରାୟଣ ମହାନ୍ତି ପଡ଼ିଆ ଗ୍ରାମର ମୂଷା ଗିରିଙ୍କ ପୁଅ ନୀଳା ଗିରିଙ୍କର ବୋଲି ସନ୍ଦେହ କରାଯାଉଛି। ବୁଧବାର ଅପରାହ୍ନରେ ଭୋଗରାଇ ଥାନା ପୁଲିସ ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି।

ସୂଚନାନୁଯାୟୀ, ନାରାୟଣ ମହାନ୍ତି ପଡ଼ିଆ ଗ୍ରାମର ମୂଷା ଗିରିଙ୍କ ପୁଅ ନୀଳା ସେହି ଅଞ୍ଚଳର ବୁଲା ବେହେରାଙ୍କ ଚିଙ୍ଗୁଡ଼ି ଘେରିରେ କାର୍ଯ୍ୟ କରୁଥିଲେ। ଗତ ଜୁନ ୨୮ତାରିଖରେ ତାଙ୍କ ଭାଇ ଗୋପାଳଙ୍କ ବାହାଘର ହେବାକୁ ଥିବାବେଳେ ବଡ଼ଭାଇ ନରେନ୍ଦ୍ର ତାଙ୍କ ମାଲିକ ବୁଲା ପାଖକୁ ଯାଇ କିଛି ଦିନ ଛୁଟି ଆଣିବା ସହିତ ବାହାଘର ପାଇଁ କିଛି ଟଙ୍କା ମଧ୍ୟ ଆଡ଼ଭାନ୍ସ ନେଇ ଭାଇ ନୀଳାକୁ ସାଥିରେ ଧରି ଘରକୁ ଆସିଥିଲେ। ମାତ୍ର ବାହାଘର ପରେ ବଡ଼ଭାଇ ତାଙ୍କୁ ପୁଣି କାର୍ଯ୍ୟ କରିବାକୁ ଯିବାକୁ କହିଥିବା ବେଳେ ନୀଳା ମନା କରିଥିଲେ। ଫଳରେ ବଡ଼ଭାଇ ଓ ନୀଳାଙ୍କ ମଧ୍ୟରେ ଯୁକ୍ତିତର୍କ ସହିତ ଗଣ୍ଡଗୋଳ ହୋଇଥିଲା। ପରେ ନୀଳା ରାଗରେ ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଵା ପରେ ମଧ୍ୟ ନୀଳାକୁ ପାଇନଥିଲେ। ଏନେଇ ପରିବାର ପକ୍ଷରୁ ପୁଲିସରେ କୈାଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

ମଙ୍ଗଳବାର କିଛି ସ୍ଥାନୀୟ ଲୋକେ ବାଣୁଆସାହି ବାଲି ଆଡିଆର ଗଭୀର ଜଙ୍ଗଲରେ ଏକ ମଣିଷ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ। ଏହି କଙ୍କାଳର କିଛି ଦୂରରେ ନିଖୋଜ ନୀଳା ପିନ୍ଧୁଥିବା ପୋଷାକ, ଜୋତା, ବେଲ୍ଟ, ମୋବାଇଲ କଭର ସହିତ ଅନ୍ୟାନ୍ୟ ସାମଗ୍ରୀ ପଡିଥିବା ଦେଖି ନୀଳାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ନିଖୋଜ ନୀଳାର କଙ୍କାଳ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ଜଣାପଡ଼ିଛି। ମଙ୍ଗଳବାର ଠାରୁ ଏହି ଖବର ଗାଁରେ ପ୍ରଚାରିତ ହୋଇଥିଲେ ମଧ୍ୟ ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପୁଲିସକୁ ଏନେଇ କୈାଣସି ଖବର ଦିଆଯାଇ ନଥିଲା। ବୁଧବାର ଅପରାହ୍ନରେ ଭୋଗରାଇ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବାଲେଶ୍ଵର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ସୂଚନା ଦେଇଥିଲେ। ଏହାସହିତ ସେହି କଙ୍କାଳ ପାଖରେ ପୁଲିସ ମୁତୟନ କରାଯାଇଛି। ଗୁରୁବାର ସକାଳେ ବାଲେଶ୍ୱରରୁ ପୁଲିସର ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରିବେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।