ବକ୍ସ ଅଫିସରେ ଧମାଲ୍ କରୁଛି ‘ଭୁଲ୍ ଭୁଲେଇୟା ୨’, ଜାଣନ୍ତୁ ୩ଦିନରେ କେତେ କରିଛି କଲେକ୍ସନ

ନୂଆଦିଲ୍ଲୀ, ୨୩/୫ : ବକ୍ସ ଅଫିସରେ କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ଭୁଲ୍ ଭୁଲେଇୟା ୨ ନନଷ୍ଟପ୍ ଧମାଲ କରୁଛି । ଏହି ଫିଲ୍ମ ଏବେ ଧିମା ପଡ଼ିଥିବା ବକ୍ସ ଅଫିସକୁ ପୁଣି ଥରେ ଚଳଚଞ୍ଚଳ କରିଦେଇଛି। ବହୁ ଦିନ ପରେ କୌଣସି ଏକ ହିନ୍ଦୀ ଫିଲ୍ମ ନିଜର ଦମ୍ ଦେଖାଇଛି ।
#BhoolBhulaiyaa2 infuses oxygen in the lungs of an ailing industry… A ₹ 55 cr+ *weekend* at a time when *most* #Hindi films are ending up below ₹ 20 cr *lifetime* is a MASSIVE ACHIEVEMENT… Fri 14.11 cr, Sat 18.34 cr, Sun 23.51 cr. Total: ₹ 55.96 cr. #India biz. ??? pic.twitter.com/LlIcwH0tUh
— taran adarsh (@taran_adarsh) May 23, 2022
‘ଭୁଲ୍ ଭୁଲେଇୟା ୨’ ୧୪.୧୧କୋଟି ସହ ଓପନିଂ କରିଥିଲା । ଫିଲ୍ମର ପ୍ରଥମ ସପ୍ତାହ ଦମଦାର୍ ରହିଛି। ଏହି ଫିଲ୍ମ ୫୦କୋଟିର ଗ୍ରାଫ୍ ପାର୍ କରିନେଇଛି । ‘ଭୁଲ୍ ଭୁଲେଇୟା ୨’ ତିନି ଦିନରେ ଭାରତୀୟ ବଜାରରେ ୫୫.୯୬କୋଟିର କଲେକ୍ସନ କରିଛି । ଫିଲ୍ମ ଯଦି ଏହିଭଳି ଭାବେ କଲେକ୍ସନ କରେ ତେବେ ୧୦୦କୋଟିର ସଂଖ୍ୟା ପାର୍ କରିବ ବୋଲି ସିନେ ସମୀକ୍ଷକମାନେ ଅନୁମାନ କରିଛନ୍ତି।
KARTIK AARYAN'S BIGGEST WEEKEND… #KartikAaryan versus #KartikAaryan… *Opening Weekend* biz…
— taran adarsh (@taran_adarsh) May 23, 2022
⭐ 2022: #BhoolBhulaiyaa2 ₹ 55.96 cr
⭐ 2019: #PatiPatniAurWoh ₹ 35.94 cr
⭐ 2019: #LukaChuppi ₹ 32.13 cr
⭐ 2020: #LoveAajKal ₹ 28.51 cr
⭐ 2018: #SonuKeTituKiSweety ₹ 26.57 cr pic.twitter.com/0Rz3hC9JJT
ବକ୍ସ ଅଫିସରେ କଙ୍ଗନାଙ୍କ ଧାକଡ଼ କାର୍ତ୍ତିକ ଆର୍ୟନଙ୍କ ଫିଲ୍ମକୁ ଟକ୍କର ଦେଇଥିଲା । ମାତ୍ର କାର୍ତ୍ତିକଙ୍କ ଫିଲ୍ମ ବକ୍ସ ଅଫିସରେ ଧମାଲ କରିଛି ।