PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମଦ ପିଇ ଚଳନ୍ତା ଟ୍ରେନରେ ମହିଳାଙ୍କୁ ଅସଦାଚରଣ କଲେ ଦୁଇ କଂଗ୍ରେସ ବିଧାୟକ,ମାମଲା ରୁଜୁ

ଭୋପାଳ,୭।୧୦:  ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କୁ ଅସଦାଚରଣ କରିବା ମାମଲାରେ ଦୁଇ କଂଗ୍ରେସ ବିଧାୟକଙ୍କ ନାମରେ ରୁଜୁ ହୋଇଛି ମାମଲା।  ଏହି ଦୁଇ ବିଧାୟକ ମଦ ପିଇ ପୁରା ନିଶାରେ ଥିବା ବେଳେ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ।  ଏହି ଦୁଇ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସାଗର ଜିଆରପି ଥାନା ଅଧିକାରୀ ପ୍ରମୋଦ ଅହିରଓ୍ବାର କହିଛନ୍ତି, ରେୱା ଞ୍ଚଳ ଏକ୍ସପ୍ରେସରେ ମହିଳା ଯାତ୍ରୀ ରିଭାରୁ ଭୋପାଳ ଯାଉଥିଲେ। ଏହି ସମୟରେ ଜିଆରପି ସାଗରକୁ ସୂଚନା ମିଳିଥିଲା ଯେ, ଜଣେ ମହିଳା ଯାତ୍ରୀଙ୍କ ସହିତ କିଛି ଲୋକ ଅସଦାଚରଣ କରୁଛନ୍ତି। ଏହାପରେ ସାଗର ଜିଆରପିର ଜଣେ ମହିଳା ଅଧିକାରୀ ଓ ଦୁଇ ପୁରୁଷ ଅଧିକାରୀ ସାଗରରୁ ଟ୍ରେନ୍‌ରେ ଚଢିଥିଲେ ଓ ପୁରା ମାମଲାର ତଦନ୍ତ ଆରମ୍ଭ କରିଥିଲେ।

ପ୍ରମୋଦ ଅହିରଓ୍ବାରଙ୍କ କହିବା ଅନୁସାରେ, ଏହି ଘଟଣା ସାଗର ପୂର୍ବରୁ ହୋଇଥିଲା। ଆମର ଷ୍ଟାଫ୍‌ ଚଳନ୍ତା ଟ୍ରେନ୍‌ରେ ମହିଳାଙକ ଅଭିଯୋଗ ଶୁଣିବା ପରେ ଲିଖିତ ଭାବରେ ପୁରା ଘଟଣାକ୍ରମ ସମ୍ପକରେ ମାମଲା ରୁଜୁ କରିତିଲା। ଅଭିଯୋଗ କପି ଆଧାରରେ ବିଧାୟକ ସିଦ୍ଧାର୍ଥ କୁଶଓ୍ବାହ ଓ ସୁନିଲ ସରାଫ୍‌ଙ୍କ ବିରୋଧରେ ଅସଦାଚରଣ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି। ସେ କହିଛନ୍ତି, ଏହି ମାମଲାରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଟ୍ରେନ୍‌ରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ମାମଲାରେ ସତନାର କଂଗ୍ରେସ ବିଧାୟକ ସିଦ୍ଧାର୍ଥ କୁଶୱାହ, କୋଟମା ବିଧାୟକ ସୁନୀଲ ସରଫଙ୍କ ବିଭିନ୍ନ ପ୍ରକାର କ ଅଭିଯୋଗର ହୋଇଛି। ହୋଇଛନ୍ତି। ଭୋପାଳ ଜିଆରପି ଏସପି ହିତେଶ ଚୌଧୁରି କହିଛନ୍ତି, ଏହି ମାମଲାରେ ସାଗର ଜିଆରପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମହିଳାଙ୍କ ସ୍ବାମୀ ମଧ୍ୟ ଟ୍ବିଟ୍‌ କରି ରେଳମନ୍ତ୍ରୀ ଓ ରେଲଓ୍ବେ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏବେ ଏହି ପୁରା ମାମଲାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ହେଲେ କଂଗ୍ରେସର ଦୁଇ ବିଧାୟକ ନିଜକୁ ନିର୍ଦୋଷୀ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର