ଭୁବନେଶ୍ୱର, ୧୪/୧୧: ସଜେଇ ହେଉଛି ଏକାମ୍ରକ୍ଷେତ୍ର ବାଲିଯାତ୍ରା ମହୋତ୍ସବ ସ୍ଥାନ । ଶୁକ୍ରବାର ଆରମ୍ଭ ହେବ ଏହି ମହୋତ୍ସବ । ବୋଇତ ବନ୍ଦାଣର  ଶୁଭ ଅବସରରେ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା  ବୁଲିଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁନଥିବା ଉତ୍କଣ୍ଠା । ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଏକାମ୍ର  ବିଧାୟକ ତଥା ଏକାମ୍ର ବାଲିଯାତ୍ରା ମହୋତ୍ସବ କମିଟି  ସଭାପତି ବାବୁ ସିଂ, ସମ୍ପାଦକ କବିରାଜ ସ୍ୱାଇଁ, ବାସୁଆଘାଇ  ପଞ୍ଚାୟତର ମୁରବୀ ମାନଙ୍କ ସମେତ ଗ୍ରାମବାସୀ, ବିଭିନ୍ନ  କ୍ଲବର ସଭ୍ୟମାନଙ୍କୁ ନେଇ ମଙ୍ଗଳବାର ପ୍ରସ୍ତୁତି ବୈଠକ  ବସିଥିଲା । ଏହି ବୈଠକରେ ଲୋକମାନଙ୍କର ସୁଗମନା  ଗମନ, ଆଲୋକ, ପାନୀୟ ଜଳ, ଗାଡି ପାର୍କିଂ ଶାନ୍ତି ଶୃଙ୍ଖଳା  ରକ୍ଷା ଉପରେ ଆଲୋଚନା ହୋଇଥିଲା । ହୋଇଥିଲା ।  

ଶୁକ୍ରବାର ଧାର୍ଯ୍ୟ ସମୟରେ ବାଲିଯାତ୍ରା ମହୋତ୍ସବ ଉଦଘାଟିତ ହେବ । ଦୁଇ ଉପମୁଖ୍ୟମନ୍ତ୍ରୀ, ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ  ମନ୍ତ୍ରୀ, ବିଧାୟକ, ଏକାମ୍ର କ୍ଷେତ୍ର ବାଲିଯାତ୍ରା  କମିଟିର ଉପଦେଷ୍ଟା ସାଂସାଦ ଅପରାଜିତା ଷଡଙ୍ଗୀ,  ଏକାମ୍ର ବାଲିଯାତ୍ରା କମିଟି ସଭାପତି ତଥା ଏକାମ୍ର  ବିଧାୟକ ଶ୍ରୀ ବାବୁ ସିଂ, ସମ୍ପାଦକ କବିରାଜ ସ୍ୱାଇଁ  ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।