ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଜମିବ ଭୁବନେଶ୍ୱର ବାଲିଯାତ୍ରା: ପଡିବ ହଜାରେ ଷ୍ଟଲ୍‌, ଏଥର ଖାଇବେ ସ୍ମୋକି ମଟନ୍‌ ମୁଢି

Published By : Prameya | November 5, 2024 10:29 AM

ଭୁବନେଶ୍ୱର,୦୫/୧୧: ଏଥର  ଜମିବ ଭୁବନେଶ୍ୱର ବାଲିଯାତ୍ରା । ଏଥିଲାଗି  ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଦିବ୍ୟାଙ୍ଗ ଓ ମହିଳାଙ୍କୁ ଦିଆଯିବ ବିଶେଷ ଗୁରୁତ୍ୱ । ଶାନ୍ତିଶୃଙ୍ଖଳା, ପାର୍କିଂ ବ୍ୟବସ୍ଥା ଲାଗି ପ୍ରଶାସନ  କରିବ ସମ୍ପୂର୍ଣ୍ଣ ସହଯୋଗ । ଓଡିଆ  ଅସ୍ମିତା, ପରମ୍ପରା ଓ କଳାର ପ୍ରଚାର  ପ୍ରସାର କରାଯିବ । ଏଥର କିନ୍ତୁ ମୁଖ୍ୟ  ଆକର୍ଷଣ ସାଜିବ ସ୍ମୋକି-ମଟନ୍‌ ମୁଢି ।  ସ୍ଥାନୀୟ ବାଲିଯାତ୍ରା ମେଳଣ ପଡିଆରେ  ଆସନ୍ତା ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଦଶ  ଦିନ ଧରି ଅନୁଷ୍ଠିତ ହେବ ଭୁବନେଶ୍ୱର  ବାଲିଯାତ୍ରା ମହୋତ୍ସବ । ଏଥିଲାଗି  ସୋମବାର ସ୍ଥାନୀୟ ସର୍କିଟ୍‌ ହାଉସରେ  ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ଏକ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ଭୁବନେଶ୍ୱର ଉତ୍ତର ବିଧାୟକ  ତଥା ସଭାପତି ସୁଶାନ୍ତ କୁମାର ରାଉତ,  ସମ୍ପାଦକ ସୁବାସ ପାତ୍ରଙ୍କ ସମେତ କମିଟିର  କାର୍ଯକାରୀ ସଭାପତି ଯଶୋବନ୍ତ ଓଝା,  କମିଟି ସଦସ୍ୟ ଏବଂ ବିଭିନ୍ନ ବିଭାଗୀୟ  ଅଧିକାରୀମାନେ ଉପସ୍ଥିତ ଥିଲେ ।  

ଚଳିତ ବର୍ଷ ଭୁବନେଶ୍ୱର  ବାଲିଯାତ୍ରାର ୬ଷ୍ଠ ସଂସ୍କରଣ ଅନୁଷ୍ଠିତ  ହେବାକୁ ଯାଉଛି । ଏଥର ମହିଳା ଏବଂ  ଦିବ୍ୟାଙ୍ଗ ସଶକ୍ତିକରଣକୁ ବିଶେଷ ଗୁରୁତ୍ୱ  ଦିଆଯାଇଛି । ଷ୍ଟଲ୍‌ ବୁକିଂ ପ୍ରକ୍ରିୟାରେ  ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ।  ଦିବ୍ୟାଙ୍ଗମାନଙ୍କ ଲାଗି ହ୍ୱିଲ୍‌ ଚେୟାର୍‌  ସହ ସ୍ୱେଚ୍ଛାସେବୀ ସହଯୋଗୀ ମଧ୍ୟ  ଯୋଗାଇଦିଆଯିବ । ଏଥର ବାଲିଯାତ୍ରାରେ  ଦିବ୍ୟାଙ୍ଗଙ୍କ ପାଇଁ ଷ୍ଟଲ୍‌ ଫି ମଧ୍ୟ ଛାଡ଼  କରାଯାଇଛି । କେବଳ ସେତିକି ନୁହେଁ,  ମା’ ମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ତନ୍ୟପାନ  ପ୍ରକୋଷ୍ଠ କରିବାକୁ ନିଷ୍ପତ୍ତି ହୋଇଛି । 

ଦର୍ଶକଙ୍କ ପେଟ ଓ ପାଟିର ସ୍ୱାଦକୁ  ଚାହିଁ ଏଥର ରାଜଧାନୀ ବାଲିଯାତ୍ରାରେ  ପଡିବ ସ୍ୱତନ୍ତ୍ର ଫୁଡ୍‌ ଷ୍ଟଲ୍‌ । ଶାଳପତ୍ରରେ  ବାରିପଦାର ସ୍ମୋକି ମଟନ୍‌ ମୁଢି ସ୍ପେଶାଲ୍‌  ଷ୍ଟଲ୍‌ ରହିଛି ଏଥରର ମୁଖ୍ୟ ଆକର୍ଷଣ ।  ଏଥିସହ ବାହାର ରାଜ୍ୟର ଫୁଡ ଷ୍ଟଲ  ଖୋଲିବ । ଷ୍ଟଲ୍‌ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ସୋମବାର ସୁଦ୍ଧା  ୧୭୦ରୁ ଊଦ୍ଧ୍ୱର୍ ଷ୍ଟଲ୍‌ ବୁକିଂ ସରିଛି । ତେବେ  ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଷ୍ଟଲ୍‌ ବୁକିଂ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି ।  ଚଳିତ ବର୍ଷ ପ୍ରାୟ ରାଜ୍ୟ ତଥା ରାଜ୍ୟ  ବାହାର ୧ ହଜାରରୁ ଅଧିକ ଷ୍ଟଲ୍‌ ପଡିବ ।  ବିଶେଷତଃ ଓଡିଶାର ତଥା ଅନ୍ୟ ରାଜ୍ୟର  ଜିଆଇ ଟ୍ୟାଗ୍‌ ପ୍ରାପ୍ତ ସାମଗ୍ରୀଗୁଡିକୁ  ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.