PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ରାଜଧାନୀରେ ଚାଞ୍ଚଲ୍ୟ, ଚଳନ୍ତା କାର୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ଵର, ୦୮/୦୩ : ରାଜଧାନୀରେ ଚାଞ୍ଚଲ୍ୟ । ଚଳନ୍ତା କାର୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ରେଷ୍ଟୁରାଣ୍ଟରେ କାମ ସାରି ଫେରୁଥିବା ବେଳେ ବଳ ପୂର୍ବକ ଦୁଷ୍କର୍ମର ଶିକାର ହୋଇଛନ୍ତି। ପ୍ରେସ୍ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବତୀ ଜଣକ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ରୀ । ଏହି ମାମଲାରେ ଅଭିଯୁକ୍ତ ସତ୍ୟ ନାରାୟଣ ସାହୁଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି ।

ସୂଚନାନୁଯାୟୀ, ଭୁବନେଶ୍ଵରରେ ଜଣେ ଯୁବତୀଙ୍କୁ କାର୍ ଭିତରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ସେ ଗଜପତିନଗର ସ୍ଥିତ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି । ମଙ୍ଗଳବାର ରାତି ସମୟରେ କାମ ସାରି ଘରକୁ ଫେରିବା ପାଇଁ ସୈନିକ ସ୍କୁଲ ନିକଟରେ ଅପେକ୍ଷା କରିଥିଲେ । ଏହି ସମୟରେ ଧିରିକୁଟ ସାହିର ସତ୍ୟ ନାରାୟଣ ସାହୁ କାର୍‌ରେ ଛାଡି ଦେବାକୁ କହିଥିଲେ । ଯୁବତୀଙ୍କ ରୁମ୍ ମେଟ୍ ଆସି ନଥିବାରୁ ରାତିରେ ସେହି ସ୍ଥାନରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢିବାରୁ ଯୁବତୀ ସତ୍ୟଙ୍କ ଗାଡ଼ିରେ ବସିଥିଲେ । କିଛି ବାଟ ଆସିବା ପରେ ସତ୍ୟ ପ୍ରେସ୍ କଲୋନୀର ନିଛାଟିଆ ସ୍ଥାନରେ ଗାଡ଼ି ରଖି ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସି ତାଙ୍କୁ  ଉଦ୍ଧାର କରିବା ସହ ଯୁବକଙ୍କୁ ନିର୍ଦ୍ଧୁମ ଛେଚି ମୈତ୍ରୀ ବିହାର ପୋଲିସକୁ ହସ୍ତାନ୍ତର କରିଥିଲେ । ଏନେଇ ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଅଭିଯୋଗ ଅନୁଯାୟୀ ପୋଲିସ ସତ୍ୟଙ୍କୁ ଗିରଫ କରିଛି ।