PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଦ୍ରୁତ ଗତିରେ ଆସି ଟ୍ରାଫିକ୍ ପୋଷ୍ଟରେ ପିଟିହେଲା କାର୍, ଡ୍ରାଇଭର୍ ଆହତ

ଭୁବନେଶ୍ୱର, ୧୮/୧୧ : ଦ୍ରୁତ ଗତିରେ ଆସି ଟ୍ରାଫିକ୍ ପୋଷ୍ଟରେ ପିଟିହେଲା କାର୍। ଡ୍ରାଇଭର୍ ଆହତ। ଭୁବନେଶ୍ୱର ସ୍ଥିତ ଜାଭିୟର ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଏକ କାର୍ ନାଲକୋ ଛକରୁ ଜୟଦେବ ବିହାର ଅଭିମୁଖେ ଆସୁଥିଲା। ଏହି ସମୟରେ ଜାଭିୟର ଛକ ନିକଟରେ ଥିବା ଟ୍ରାଫିକ ପୋଷ୍ଟରେ କାର୍‌ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଫଳରେ କାର୍ ଡ୍ରାଇଭର୍ ଆହତ ହୋଇଛନ୍ତି। ଟ୍ରାଫିକ୍ ପୋଷ୍ଟରେ ପିଟିହୋଇ କାର୍‌ଟି ଭାଙ୍ଗି ଯାଇଛି। ଆହତଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।