ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ ପ୍ରଭାବ । ଛେଚୁଛି କୂଆପଥର ବର୍ଷା । ଘଡ଼ଘଡ଼ି ସାଙ୍ଗକୁ ପବନ ବହୁଥିବାବେଳେ ବିଭିନ୍ନ ସ୍ଥାନରେ କୂଆପଥର ବର୍ଷା ହୋଇଛି । ପାହାଳ, ରସୁଲଗଡ଼ ଏବଂ କୁଆପଥର ମାଡ଼ । ସେପଟେ କଟକରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଟ୍ବିନସିଟିରେ ଏବେ କାଳବେଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାବେଳେଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି । ୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି କରାଯାଇଛି । କଟକ, ପୁରୀ, ଖୋର୍ଦ୍ଧା ଆଉ ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।