ନୂଆଦିଲ୍ଲୀ,୨୧/୦୭: ଫୁଟବଲ, କ୍ରିକେଟ ପରେ ଏବେ ହକି । ଦେଶର ଗେମ୍ ପାଇଁ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି । ହକି ବିଶ୍ୱକପ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ଏଫଆଇଏଚ୍ । ହରମନପ୍ରୀତ ସିଂହ ଲଗାତାର ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ । ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ ମଧ୍ୟ ଦଳରେ ସାମିଲ ଅଛନ୍ତି । ଓଡ଼ିଆ ପ୍ଲେୟାର ଡିଫେଣ୍ଡର ଅମିତ୍ ରୋହି ଦାସଙ୍କ ଉପରେ ନଜର ରହିବ । ବଡ଼ ମଞ୍ଚ ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଅଗଷ୍ଟ ୧୫ରୁ ୩୦ ଯାଏ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଖେଳାଯିବ ବିଶ୍ୱକପ ମୁକାବିଲା । ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ ବିଶ୍ୱାସ କରନ୍ତି ଯେ, ମନୋନୀତ ଟିମ୍ ପାଖରେ ଭାରତୀୟ ହକି ଇତିହାସରେ ନିଜର ଅଧ୍ଯାୟ ଲେଖିବା ପାଇଁ ସୁଯୋଗ ରହିଛି ।

ଏସିଆର ଶ୍ରେଷ୍ଠ ଡିଫେଣ୍ଡର ଏବଂ ଡ୍ରାଗ୍ ଫ୍ଲକର ହରମନପ୍ରୀତ ସିଂହ ନେତୃତ୍ୱ ନେବେ । ଭାରତର ସର୍ବାଧିକ କ୍ୟାପ୍ ହୋଇଥିବା ମିଡଫଲ୍ଡର ମନପ୍ରୀତ ସିଂହ ମଧ୍ୟ ଦଳରେ ସାମିଲ ଅଛନ୍ତି । ଯାହା ଅଭିଜ୍ଞ ଖେଳାଳି ଏବଂ ଉତ୍ସାହଜନକ ଯୁବ ପ୍ରତିଭାର ଏବଂ ସନ୍ତୁଳିତ କରିବ । ମୁଖ୍ୟ ପ୍ରଶିକ୍ଷକ ଫୁଲଟନ୍ ଦଳ ବିଷୟରେ କହିଛନ୍ତି, ଏହା ଏକ ସନ୍ତୁଳିତ ଦଳ । ଏହି ଦଳରେ ଟୁର୍ଣ୍ଣାମେଣ୍ଟର ଅଭିଜ୍ଞତା ଏବଂ ଫର୍ମରେ ଥିବା ଯୁବପିଢିର ସଠିକ୍ ମିଶ୍ରଣ ରହିଛି । ଖେଳାଳିମାନେ ପ୍ରତିଷ୍ଠା ନୁହେଁ, ପ୍ରଦର୍ଶନ ମାଧ୍ୟମରେ ସେମାନଙ୍କର ସ୍ଥାନ ଅର୍ଜନ କରିଛନ୍ତି । ଗୋଲ କିପିଂରେ ମୋହିଥ ଏଚଏସ ଏବଂ ସୁରଜ କେର୍କେରା ଅଛନ୍ତି । ଡିଫେଣ୍ଡ ୟୁନିଟରେ ଜନପ୍ରୀତ ସିଂହ, ଅଧିନାୟକ ହର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ଯୁଗରାଜ ସିଂହ, ସଞ୍ଜୟ, ସୁମିତ ଏବଂ ଯଶଦୀପ ସିୱାଚ୍ ଅଛନ୍ତି । ଇଂଲଣ୍ଡ, ପାକିସ୍ତାନ ଏବଂ ୱେଲ୍ସ ସହିତ ପୁଲ ଡିରେ ସ୍ଥାନ ପାଇଛି ଭାରତ । ନେଦରଲ୍ୟାଣ୍ଡସ ଆମଷ୍ଟେଲଭିନରେ ସୋମାନଙ୍କ ସମସ୍ତ ଗ୍ରୁପ ଷ୍ଟେଜ୍ ମ୍ୟାଚ୍ ଖେଳାଯିବ । ମୁଖ୍ୟ ପ୍ରଶିକ୍ଷକ ଫୁଲଟନ କହିଛନ୍ତି, ପ୍ରେସ୍, କାଉଣ୍ଟର, ପ୍ରଦର୍ଶନ କେବଳ ଆମର କୌଶଳର ପରିଚୟ ନୁହେଁ, ଏହି ଟିମ୍ ପ୍ରତିଦିନ ଏପରି ତାଲିମ ଦିଏ । ଏକାଠି ଚିନ୍ତା କରେ । ପ୍ରତି ମ୍ୟାଚରେ ଆମେ ଆଗକୁ ବଢୁଛୁ ।

ଏହା ବି ପଢନ୍ତୁ...Indian Export : ଟ୍ରମ୍ପଙ୍କ ଏହି ଗୋଟିଏ ନିଷ୍ପତ୍ତିରୁ ଭାରତକୁ ମିଳିବ ବଡ଼ ଫାଇଦା ! କାନାଡ଼ା ଉପରେ ୫୦% ଟ୍ୟାରିଫ୍ ପରେ ଭାରତୀୟ କମ୍ପାନୀଙ୍କ ପାଇଁ ଖୋଲିଲା ବାଟ  

ବିଶ୍ୱକପ ପାଇଁ ଭାରତୀୟ ହକି ଟିମ୍

ଗୋଲଲକିପରି

ମୋହିଥ ଏଚଏସ

ସୁରଜ କାର୍କେରା

ଡିଫେଣ୍ଡର

ଜର୍ମନପ୍ରୀତ ସିଂହ

ହର୍ମନପ୍ରୀତ ସିଂହ

ଅମିତ୍ ରୋହିଦାସ

ଯୁଗରାଜ ସିଂହ

ସଞ୍ଜୟ

ସୁମିତ

ୟଶରାଜ ସିୱାଚ୍

ମିଡଫିଲ୍ଡର

ରାଜନ୍ଦିର ସିଂହ

ଦିତ୍ୟ ଅର୍ଜୁନ ଲାଲେଜ

ହାର୍ଦ୍ଦିକ ସିଂହ

ମନପ୍ରୀତ ସିଂହ

ନୀଲକାନ୍ତ ଶର୍ମା

ବିବେକ ସାଗର ପ୍ରସାଦ

ଫରୱାର୍ଡ

ଦିଲପ୍ରୀତ ସିଂହ

ଶିଳାନନ୍ଦ ଲାକ୍ରା

ସୁଖଜିତ୍ ସିଂହ

ମନଦୀପ ସିଂହ

ଅଭିଷେକ