ଜାନୁଆରୀରେ ତାତିଲାଣି ଖରା: ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର, ଦିନର ତାପମାତ୍ରା ୩୪.୨° ରେକର୍ଡ

ଭୁବନେଶ୍ୱର ୨୭/୦୧: ମାଘରୁ ମାଡ଼ି ଆସିଲାଣି ଖରା। ଶୀତ ଦିନରେ ଜଳାଇଲାଣି ତାତି। ଜାନୁଆରୀ ମାସରେ ଭୁବନେଶ୍ୱରର ନବମ ସର୍ବୋଚ୍ଚ ତାପମାତ୍ର ରେକର୍ଡ ହୋଇଛି। ଗତକାଲି ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨° ତାପମାତ୍ରା ରେକର୍ଡ ହୋଇଛି। ଏହା ପୂର୍ବରୁ ୩୧ ଜାନୁଆରୀ ୨୦୦୭ ଭୁବନେଶ୍ୱରରେ ସର୍ବକାଳୀନ ୩୫.୮ ତାପମାତ୍ରା ରେକର୍ଡ ହୋଇଥିଲା।
ରାଜଧାନୀ #ଭୁବନେଶ୍ୱର ରେ ରେ ଗତ କାଲି ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨°C ରେକର୍ଡ ହୋଇଛି
— Meteorological Centre, Bhubaneswar (@mcbbsr) January 27, 2023
ଯାହାକି ଜାନୁଆରୀ ମାସରେ ଭୁବନେଶ୍ୱର ର ନବମ ସର୍ବୋଚ୍ଚ ଦିନ ତାପମାତ୍ରା
ଜାନୁଆରୀ ମାସରେ ରେ ଭୁବନେଶ୍ୱର ରେ ସର୍ବକାଳୀନ ରେକର୍ଡ: ୩୫.୮°C, ୩୧ ଜାନୁଆରୀ ୨୦୦୭
ଗୁରୁବାର ସମ୍ବଲପୁରରେ ଦିନ ତାପମାତ୍ରା ୩୩.୯ ଡ଼ିଗ୍ରୀ ରେକର୍ଡ ହୋଇଥିଲା। ସମ୍ବଲପୁରରେ ଜାନୁଆରୀ ମାସରେ ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ୩୩.୯ ଡ଼ିଗ୍ରୀ ସମାନ ରହିଛି,। ଏହା ପୂର୍ବରୁ ୨୮ଜାନୁଆରୀ ୨୦୦୯ ରେ ମଧ୍ୟ ୩୩.୯ ଡ଼ିଗ୍ରୀ ରେକର୍ଡ ହୋଇଥିଲା।
ସେହିଭଳିଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୬ ଡିଗ୍ରୀ ଅଧିକ ରହୁଛି। ବାଲେଶ୍ବର ୩୩.୮°(+୫.୬), ସମ୍ବଲପୁର ୩୩.୯°(+୫.୫), ଅନୁଗୁଳ ୩୩.୭°(+୪.୮) ପାରାଦୀପ ୩୧.୮°୯(+୪.୬), କେନ୍ଦୁଝର ୩୧.୪°(୪.୩) ଭୁବନେଶ୍ବର ୩୪.୨°(+୪.୨), ବଲାଙ୍ଗୀର ୩୩.୪°(+୪.୨), ଚାନ୍ଦବାଲି ୩୨.୭°(୪.୧), ଫୁଲବାଣୀ ୩୧.୭°(+୪.୦) ଦିନର ତାପମାତ୍ରା ରେକର୍ଡ ହୋଇଛି।
ସ୍ୱାଭାବିକ ଠାରୁ କେଉଁଠି କେତେ ଅଧିକ ଦିନ ତାପମାତ୍ରା ? pic.twitter.com/QkrdIuEBGa
— Meteorological Centre, Bhubaneswar (@mcbbsr) January 27, 2023