ଭୁବନେଶ୍ୱର,୨୪/୦୩; କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଦୁଇ ଦିନ ଧରି ଆୟୋଜିତ ହେବ ପ୍ରଥମ ଜାତୀୟ ଇନ୍ଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ । ମୋଟ୍ ୨୭୮ ଜଣ ଆଥଲେଟ ଏଥିରେ ଭାଗ ନେବେ । ପୁରୁଷ, ମହିଳା, ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳାରେ ମୋଟ୍ ୩୬ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗରେ ଏବଂ ଏଏଫ୍ଆଇ (ଭାରତୀୟ ଆଥଲେଟିକ୍ସ ସଂଘ) ଆନୁକୂଲ୍ୟରେ ପ୍ରତିଯୋଗିତା ଆୟୋଜିତ ହେଉଛି ।
ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଭାରତୀୟ ଆଥଲେଟିକ ସଂଘ (ଏଏଫ୍ଆଇ) ସଭାପତି ବାହାଦୂର ସିଂ ସାଗୁ କହିଥିଲେ, ‘ଆଥଲେଟମାନେ ସେମାନଙ୍କ ଖେଳ ଜୀବନରେ ଏକ ନୂଆ ଫର୍ଦ୍ଦ ଯୋଡ଼ିବା ପାଇଁ ବହୁତ ଉତ୍ସାହିତ ରହିଛନ୍ତି । ୨୦୦ ମିଟର ଇନଡୋର ଟ୍ରାକ୍ରେ ନିଜ ଦକ୍ଷତା ପରୀକ୍ଷା କରିବାରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ପାଇଁ ଏହା ଏକ ଭଲ ଫ୍ଲାଟଫର୍ମ ।’ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦେଶର ପ୍ରଥମ ଇନ୍ଡୋର୍ ଆଥଲେଟିକ୍ସ କେନ୍ଦ୍ର । ଆଗକୁ ୨୦୨୮ରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଏଠାରେ ଆୟୋଜିତ ହେବ । ୨୦୨୮ ଏସିଆନ ଇନ୍ଡୋର୍ ଆଥଲେଟିକ୍ସ ମଧ୍ୟ କଳିଙ୍ଗରେ ଆୟୋଜିତ ହେବାର ସମ୍ଭାବନା ରହିଛି ।
ଜାତୀୟ ଇନ୍ଡୋର୍ ଆଥଲେଟିକ୍ସରେ ପୁରୁଷ ଓ ମହିଳାରେ ୬୦ ମିଟର, ୪୦୦ ମିଟର, ୮୦୦ ମିଟର, ୧୫୦୦ ମିଟର, ୩୦୦୦ ମିଟର, ୬୦ ମିଟର ହର୍ଡଲ୍ସ, ହାଇ ଜମ୍ପ, ଲଙ୍ଗ ଜମ୍ପ ଓ ଟ୍ରିପଲ ଜମ୍ପ ଏବଂ ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳାରେ ୬୦ ମିଟର, ୪୦୦ ମିଟର, ୮୦୦ ମିଟର, ୩୦୦୦ ମିଟର, ହାଇଜମ୍ପ, ଲଙ୍ଗ ଜମ୍ପ ଓ ସଟ୍ପୁଟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।
The arena is ready. The athletes are focused. 🏃♂️
— Odisha Sports (@sports_odisha) March 24, 2026
Let the games begin at the 1st National Indoor Athletics Championships 2026. 🏟️#OdishaForSports #PadiaToPodium #IndianAthletics #IndoorAthletics #KalingaStadium pic.twitter.com/LOkqc7keXX
ଏହା ବି ପଢନ୍ତୁ...ଆଇପିଏଲ ପୂର୍ବରୁ ରିଙ୍କୁ ସିଂହଙ୍କୁ ମିଳିବ ବଡ଼ ଉପହାର, ୟୁପିରେ ହେବେ ବଡ଼ ଅଧିକାରୀ
୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଅନିମେଶ କୁଜୁର କହିଛନ୍ତି, ‘ନିଜ ଘରୋଇ ଗ୍ରାଉଣ୍ଡରେ କ୍ୟାରିୟରର ପ୍ରଥମ ଇନ୍ଡୋର୍ ପ୍ରତିଯୋଗିତା ପାଇଁ ଉତ୍ସାହିତ ରହିଛି ।’ ‘କଳିଙ୍ଗ ଷ୍ଟାଡିୟମରେ ଏହି ଇନ୍ଡୋର୍ ଆଥଲେଟିକ୍ସ କେନ୍ଦ୍ର ଆଥଲେଟଙ୍କ ପାଇଁ ବରଦାନ ବୋଲି କହିଛନ୍ତି ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ୟେଦୁଲା ବିଜୟ । ଦୁଇଟି ଅଧିବେଶନରେ ପ୍ରତିଯୋଗିତା ହେବ । ସକାଳ ଅଧିବେଶ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୨ଟା ଯାଏ ଏବଂ ଅପରାହ୍ଣ ଅଧିବେଶନ ଦିନ ୧ଟା ପରେ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ।