ଭୁବନେଶ୍ବର,୩୧।୩ : ଓଡ଼ିଶା ଦିବସ ପାଇଁ ଆଲୋକମାଳାରେ ସଜେଇ ହୋଇଛି  ରାଜଧାନୀ ଭୁବନେଶ୍ବର। ବିଧାନ ସଭା ଠାରୁ ଆରମ୍ଭକରି ଲୋକସେବା ଭବନ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ  ସୁନ୍ଦର ଆଲୋକ ରେ ସଜ୍ଜା ଯାଇଛି । ଭିନ୍ନ ଭିନ୍ନ ସୁଦୃଶ୍ୟ ରଙ୍ଗୀନ ଆଲୋକ  ରେ ସଜେଇ ହୋଇଛି ସରକାରୀ କୋଠା ।

ଲୋକସେବା ଭବନ ବିଧାନସଭା, ,କୃଷି ଭବନ,OMC ହାଉସ,ରାଜ୍ୟ ଅତିଥି ଭବନ, କମିସନରେଟ ପୋଲିସ ମୁଖ୍ୟାଳୟ, ଖାରବେଳ ଭବନ, ରାଜୀବ ଭବନ, ନିର୍ମାଣ ସୌଧ ,ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ,  ଷ୍ଟେଟ ବ୍ୟାଙ୍କ   ଭଳି ବିଭିନ୍ନ ପ୍ରତିଷ୍ଠାନ ସଜେଇ ହୋଇଛି । ଚଳିତ ବର୍ଷ ଓଡ଼ିଶା ଦିବସ ସହ ୧୪ ଦିନ ଯାଏଁ ଓଡ଼ିଆ ପକ୍ଷ ପାଳିବ ଓଡ଼ିଶା ।  ସୁନ୍ଦର ଆଲୋକ ସଜ୍ଜା ଦେକି  ରାସ୍ତା ରେ  ଯିଏ   ବି  ଯାଉଛି  ଫଟୋ ଟିଏ ଉଠାଇବ କୁ  ଭୁଲୁ ନାହାନ୍ତି।


୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ। ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଓଡ଼ିଶା ଦିବସ କୁ ନେଇ ଗର୍ବ ଅନୁଭବ କରିଛନ୍ତି ଓଡ଼ିଆ।