PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ରେଳଷ୍ଟେସନ୍‌ରେ ଦ୍ୱିତୀୟ ଫୁଡ୍‌ ପ୍ଲାଜା

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ରେଳଯାତ୍ରୀମାନଙ୍କ ଖାଦ୍ୟ ପାନୀୟ ସୁବିଧା ପାଇଁ ଆଜି ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଉଦ୍‌ଘାଟିତ ହୋଇଯାଇଛି ଦ୍ୱିତୀୟ ଫୁଡ୍‌ ପ୍ଲାଜା । ୧୫୦୦ ବର୍ଗଫୁଟ୍‌ର ଏହି ମଲଟି କୁଜିନ୍‌ ଫୁଡ୍‌ ପ୍ଲାଜା ୬ ନମ୍ବର ପ୍ଲାଟଫର୍ମ ଉପରେ ଛିଡା ହୋଇଛି । ଏଠାରେ ଏକା ସାଙ୍ଗରେ ୫୦ ଜଣ ଯାତ୍ରୀ ବସି ଖାଇବାର ସୁବିଧା ରହିଛି । ଶୀତତାପ ନିୟନ୍ତ୍ରିତ ଏହି କୋଠରୀରେ ଯାତ୍ରୀମାନଙ୍କ ପାଇଁ ମ୍ୟୁଜିକ୍‌ ସିଷ୍ଟମ, ଟିଭି, ସିସିଟିଭି ଆଦି ଲାଗିଛି । ନୂଆକରି ତିଆରି ହୋଇଥିବା ମଲଟି କୁଜିନ୍‌ ଫୁଡ୍‌ ପ୍ଲାଜାରେ ଯାତ୍ରୀମାନଙ୍କ ପାଇଁ ସ୍ନାକ୍ସ, ଚକୋଲେଟ୍‌ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମିଳିବାର ବ୍ୟବସ୍ଥା ହୋଇଛି । ଏହାଛଡା ଚା’, କଫି ଓ ଜୁସ୍‌ ମଧ୍ୟ ମିଳିବାର ସୁବିଧା ରହିଛି ।

ଏହାକୁ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ବିଦ୍ୟାଭୂଷଣ ଉଦ୍‌ଘାଟନ କରିଥିଲେ । ଏଥିରେ ପୂର୍ବତଟ ରେଳବାଇର ପ୍ରିନ୍‌ସିପାଲ ଚିଫ୍‌ କମର୍ସିଆଲ ମ୍ୟାନେଜର ଅଜୟ କୁମାର ବେହେରା ମଧ୍ୟ ଯୋଗ ଦେଇଥିଲେ । ଏ ବାବଦରେ ବିଦ୍ୟାଭୂଷଣ କହିଛନ୍ତି ପୂର୍ବରୁ ଭୁବନେଶ୍ୱର ରେଳଷ୍ଟେସନ୍‌ର ପ୍ରଥମ ପ୍ଲାଟ୍‌ଫର୍ମରେ ଫୁଡ୍‌ ପ୍ଲାଜା ଥିଲା । ଫଳରେ ୬ ନମ୍ବର ପ୍ଲାଟ୍‌ଫର୍ମରେ ଅପେକ୍ଷାରତ ଯାତ୍ରୀମାନଙ୍କୁ କୌଣସି ଖାଦ୍ୟ ପାଇଁ ଏକ ନମ୍ବର ପ୍ଲାଟଫର୍ମକୁ ଆସିବାକୁ ପଡୁଥିଲା । ଏଥିପାଇଁ ଅନେକ ସମୟରେ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡୁଥିଲା । ଏସବୁକୁ ଏଡାଇବା ପାଇଁ ଇଷ୍ଟ୍‌କୋଷ୍ଟ ରେଲୱେ ଆଜି ରେଳ ଷ୍ଟେସନ୍‌ରେ ଦ୍ୱିତୀୟ ଫୁଡପ୍ଲାଜା ନିର୍ମାଣ କରିଛି । ନୂଆକରି ତିଆରି ହୋଇଥିବାର ଏହି ଫୁଡ୍‌ପ୍ଲାଜା ଯାତ୍ରୀମାନଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ।

ସମ୍ବନ୍ଧିତ ଖବର