PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରାଜଧାନୀରେ ଚାଞ୍ଚଲ୍ୟ, ପଟିଆ ଛକରେ ଯୁବକଙ୍କୁ ଘୋଷାଡ଼ି ପିଟିଲେ ଦୁର୍ବୃତ୍ତ

ଭୁବନେଶ୍ଵର, ୦୮/୦୮ : ରାଜଧାନୀରେ ଚାଞ୍ଚଲ୍ୟ। ପଟିଆ ବଜାର ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଯୁବକଙ୍କୁ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି ପିଟିଲେ ୩ ରୁ ୪ ଯୁବକ। ସିସିଟିଭିରେ କଏଦ ହେଲା ଘଟଣା ବେଳର ସମସ୍ତ ଦୃଶ୍ୟ।

ସୂଚନାନୁଯାୟୀ, ରବିବାର ରାତିରେ ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ବିଗ୍ ବଜାର ଛକରେ ଜଣେ ବାଇକ୍ ଆରୋହୀଙ୍କୁ କିଛି ଯୁବକ ଟ୍ରାଫିକ୍ ଛକରୁ ଘୋଷାଡ଼ି ନେଇ ଆକ୍ରମଣ କରିଥିଲେ। ଯୁବକ ଜଣଙ୍କୁ ଦୁର୍ବୃତ୍ତମାନେ ତଳ ପକାଇ ବିଧା, ଗୋଇଠା ମାରିବା ସହ ପଥରରେ ଆକ୍ରମଣ କରିଥିଲେ। ଯୁବକ ଜଣଙ୍କ ରକ୍ତାକ୍ତ ହୋଇ ଗୁହାରୀ କରିଥିଲେ ମଧ୍ୟ ତାଙ୍କୁ କେହି ଉଦ୍ଧାର କରିବାକୁ ସାହସ କରିନଥିଲେ। ଟ୍ରାଫିକ୍ ପୋଷ୍ଟରେ ଥିବା ସିସିଟିଭି କ୍ୟାମେରାରେ ଏହି ସମସ୍ତ ଘଟଣା ରେକର୍ଡ ହୋଇଛି। ତେବେ ଆକ୍ରମଣର ଶିକାର ହୋଇଥିବା ଯୁବକ ଏବଂ ଆକ୍ରମଣକାରୀଙ୍କ ସମ୍ଵନ୍ଧରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସିସିଟିଭି ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ।