PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ବିମାନବନ୍ଦରରେ ହେବ ନୂଆ ପାରାଲାଲ୍‌ ଟାକ୍ସି-ୱେ

ଭୁବନେଶ୍ୱର,୧୧ ।୭(ବ୍ୟୁରୋ): ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ ପାରାଲାଲ୍‌ ଟାକ୍ସି ୱେ ତିଆରି କରାଯିବ । ଏହି ନୂଆ ଟାକ୍ସି ୱେ ତିଆରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ବିମାନ ବନ୍ଦର ପ୍ରାଧିକରଣ ସାଧାରଣ ପ୍ରଶାସନ ବିଭାଗକୁ ଦେଢ ଏକର ଜାଗା ମାଗିଛନ୍ତି । ଜବରଦଖଲରେ ଥିବା ସରକାରୀ ଜାଗାକୁ ଫାଙ୍କା କରି ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ ଯୋଗାଇ ଦିଆଯିବ । ଏଥିପାଇଁ ୧୫ ଦିନ ଭିତରେ ଦୁଇଟି ବସ୍ତି ଭାଙ୍ଗିବାକୁ ବିଡିଏ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ବିମାନବନ୍ଦରରେ ପାରାଲାଲ୍‌ ଟାକ୍ସି ୱେ କରିବାକୁ ଦୀର୍ଘ ଦିନ ତଳୁ ଯୋଜନା ହୋଇଥିଲା । କିନ୍ତୁ ଜାଗା ଅଭାବରୁ ଏହା ଅଟକି ରହିଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ ଜାଗା ପାଇଁ ଅନେକ ବାର ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଥିଲେ । ତେବେ ବିମାନବନ୍ଦର ସଂପ୍ରସାରଣ କାର୍ଯ୍ୟ ପାଇଁ ନିକଟରେ ଜାଗା ଦେବାକୁ ପୁଣି ଥରେ ଚିଠି ଲେଖା ଯାଇଥିଲା । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ମଧ୍ୟ ତତ୍ପରତା ଦେଖାଇଥିଲା । ବିମାନବନ୍ଦର ସଂପ୍ରସାରଣ ପାଇଁ ସରକାରୀ ଜାଗାରୁ ଜବରଦଖଲ ହଟାଇବାକୁ ବିଡିଏକୁ ରିକ୍ୟୁଜିସନ୍‌ ଦେଇଥିଲା । ବିମାନବନ୍ଦର ପାଚେରିକୁ ଲାଗି ଥିବା ଗଣ୍ଡମୁଣ୍ଡା ବସ୍ତି ଓ ଲକ୍ଷ୍ମୀବଜାର ବସ୍ତିରୁ ୧୩୦ଘରକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଉଚ୍ଛେଦ ଫଳରେ ପ୍ରାୟ ୧.୬ଏକରରୁ ଅଧିକ ଜାଗା ବାହାରି ପାରିଥାଆନ୍ତା ।

ବିଡିଏ ଏହି ଦୁଇ ବସ୍ତି ଭାଙ୍ଗିବାକୁ ଯାଇଥିଲେ ବି ଉଚ୍ଛେଦ ସମ୍ପୂର୍ଣ୍ଣ ହୋଇନି । ବସ୍ତିବାସିନ୍ଦାଙ୍କୁ ଥଇଥାନ ବାବଦ ସହାୟତା ରାଶି ପ୍ରଦାନ ହୋଇନଥିବାରୁ ଉଚ୍ଛେଦ ଅଭିଯାନ ଅଟକିଛି । ୧୫ ଦିନର ମହଲତ ଦିଆଯାଇଛି । ରାଜୀବ ଆବାସ ଯୋଜନାରେ ଥିବା ହିତାଧିକାରୀଙ୍କୁ ବିଏମ୍‌ସି ପ୍ରଥମେ ଅନ୍ୟତ୍ର ସ୍ଥାନାନ୍ତର କରିବ । ୧୫ ଦିନ ଭିତରେ ସବୁ ପ୍ରକ୍ରିୟା ସରିବା ପରେ ଦୁଇ ବସ୍ତିରେ ଉଚ୍ଛେଦ ହେବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ।
=

ବିମାନବନ୍ଦରରେ ପାରାଲାଲ୍‌ ଟାକ୍ସି ୱେ ତିଆରି ହେଲେ ବିମାନ ଉଡ଼ାଣ ପୂର୍ବାପେକ୍ଷା ସୁବିଧାଜନକ ହେବ । ରନୱେ ପାଖକୁ ଲାଗି ଆଉ ଏକ ସମାନ୍ତରାଳ ଟାକ୍ସି ୱେ ରହିବ । ଏହାର ଲମ୍ବା ରନ୍‌ ୱେ ଭଳିହେବ । ଫଳରେ ବିମାନ ଅବତରଣ ପରେ ରନ୍‌ ୱେ ଫାଙ୍କା ହୋଇଯିବ । ରନ୍‌ ୱେ ଫାଙ୍କା ଥିଲେ ଉଡ଼ାଣ ପାଇଁ ଅପେକ୍ଷା କରିଥିବା ବିମାନକୁ ଶୀଘ୍ର ସିଗ୍‌ନାଲ୍‌ ମିଳିଯିବ । ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌(ଏଟିସି) ରନ୍‌ ୱେ ସ୍ଥାନକୁ ଫ୍ରି ଘୋଷଣା କରିବା ପରେ ଅନ୍ୟ ବିମାନର ଉଡ଼ାଣ ଶୀଘ୍ର ହେବ । ଫଳରେ ବିମାନ ଗୁଡ଼ିକୁ ଅପେକ୍ଷା କରିବାର ସମୟରେ ହ୍ରାସ ଘଟିବ । ଖାଲି ସେତିକି ନୁହେଁ, ଏବେ ବିମାନବନ୍ଦରର ଟାକ୍ସି ୱେ ୪-ସି ମାନ୍ୟତା ପାଇଛି । ବିମାନବନ୍ଦରରେ ନୂଆ ପାରାଲାଲ୍‌ ଟାକ୍ସି ୱେ ଓ ଅନ୍ୟ ସଂପ୍ରସାରଣ ପରେ ଏହା ୪-ଡି ମାନ୍ୟତା ପାଇବ । ଫଳରେ ଏଠାରେ ଏୟାରବସ୍‌-୩୨୧ ବିମାନ ଓ ବୋଇଂ-୭୬୭ ଭଳି ବିମାନ ଉଡ଼ାଣ କରି ପାରିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର