PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଏକ ନମ୍ବର ହାଟ ପିଣ୍ଡି କାରସାଦି; ରସିଦ ନ ନେବାରୁ ସସପେଣ୍ଡ୍‌

ଭୁବନେଶ୍ୱର,୨୩/୦୭(ବ୍ୟୁରୋ): ଏକ ନମ୍ବର ପିଣ୍ଡି କାରସାଦିରେ ବିଏମ୍‌ସି ଓ ହାଟର ଏକ ପ୍ରଭାବଶାଳୀ ଗୋଷ୍ଠୀ ରକ୍ତମୁଖା ହୋଇ ପଡ଼ିଛନ୍ତି । ଟେବୁଲ ତଳ କାରବାରକୁ କାର୍ଯ୍ୟରେ ପରିଣତ କରିବାକୁ ଚରମ ନିଷ୍ପତ୍ତି ନେଉଛନ୍ତି । ପ୍ରଥମରେ ଜଣେ ହାଟ ସୁପରଭାଇଜରଙ୍କୁ ବଳି ପକାଇଛନ୍ତି । ବେଆଇନ ପିଣ୍ଡିଧାରୀଙ୍କୁ ରସିଦ ଦେବାକୁ ମନା କରିବାରୁ ମୁଖ୍ୟ କାର୍ପଟଦାର ଅଧିକାରୀ ତାଙ୍କ ଚାକିରି ଅଧା ଖାଇ ଦେଇଛନ୍ତି ।

ହାଟରେ ୫୫୬ ବେଆଇନ ପିଣ୍ଡିକୁ ରସିଦ ଦେବା ଲକ୍ଷ୍ୟ ରହିଥିଲା । ତେବେ ପ୍ରାଥମିକ ଭାବେ ୨୩୫ ପିଣ୍ଡିଧାରୀଙ୍କ ଠାରୁ ସଂପୃକ୍ତ ଗୋଷ୍ଠୀ ୧୦ରୁ ୨୦ ହଜାର ଟଙ୍କା ଲେଖାଏଁ ଆଦାୟ କରି ପ୍ରାୟ ୩୦ ଲକ୍ଷ ହେବ ରଖିଛନ୍ତି । ନିର୍ଦ୍ଦିଷ୍ଟ ଅଫିସରଙ୍କୁ ମୋଟା ଭାଗ ଚଖାଇ ଦେଇଛନ୍ତି । ଖାଲି ବେଆଇନ ପିଣ୍ଡିଧାରୀଙ୍କୁ ରସିଦ ଖଣ୍ଡେ ଧରାଇ ପାରିଲେ ୧୦୦ ପ୍ରତିଶତ ମିିଳିଯିବ । ଏ ଦିଗରେ ଆଗଭର ହୋଇ ବିଏମ୍‌ସିର ପ୍ରଭାବଶାଳୀ ପୁରୁଖା ଅଫିସର ନିଜେ ନିଜେ ଫାଇଲ ନୋଟ୍‌ସିଟ୍‌ ଅର୍ଡର ବନାଇ ଦେଇଛନ୍ତି । ତେବେ ଉକ୍ତ ରସିଦ ବାଣ୍ଟିବାକୁ କେହି ଆଗକୁ ଆସୁନାହାନ୍ତି । ବେଆଇନ ରସିଦ ବାଣ୍ଟିବା ମାତ୍ରେ କାଳେ ଭିଜିଲାନ୍ସ ଚଢ଼ଉ ପଡ଼ିବ ସେହି ଭୟରେ ସମସ୍ତେ ପଛଘୁଞ୍ଚା ଦେଉଛନ୍ତି ।

ଏପଟେ ସଂପୃକ୍ତ ଅଫିସର କୌଣସି ଆଦେଶ ନଦେଇ ମୁହେଁ ମୁହେଁ ରସିଦ ଧରାଉଥିବାରୁ ‘ଡାଲ୍‌ ମେ କୁଛ୍‌ କାଲା ହୈ÷’ ବୋଲି ଭାବି କର୍ମଚାରୀ ଦାୟିତ୍ୱ ମୁଣ୍ଡାଉ ନାହାନ୍ତି । ଗତ ସପ୍ତାହରେ ସଂପୃକ୍ତ ଅଧିକାରୀ ୨ଜଣ ହାଟ କର୍ମଚାରୀଙ୍କୁ ରସିଦ ଧରାଉଥିଲେ । ହେଲେ ସେମାନେ ରସିଦ ନ ନେଇ ମେଡିକାଲ ଲିଭ୍‌ରେ ଘରେ ରହିଲେ । ତେଣୁ ସଂପୃକ୍ତ ଅଫିସର ରାଗରେ ନିଆଁବାଣ ହୋଇ ରହିଥିଲେ । ସଂପୃକ୍ତ ସୁପରଭାଇଜର ଅଫିସରେ ଜଏନ କରୁ କରୁ ତାଙ୍କୁ ନିଲମ୍ବନ ଆଦେଶ ଧରାଇ ଦେଇଛନ୍ତି । ଏସବୁ ସତ୍ତେ୍ୱ ରସିଦ ଧରି ହାଟରେ ବାଣ୍ଟିବା କ୍ଷେତ୍ରରେ ବିଏମ୍‌ସିରେ ଭୟର ବାତାବରଣ ଦେଖାଦେଇଛି ।