PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଗୋଟିଏ ଗୀତ ମୋ ଜୀବନକୁ ବଦଳାଇ ଦେଲା, ଭବିଷ୍ୟତ କ’ଣ ହେବ କହି ପାରିବିନି….

କୋଲକାତା,୧୯/୦୫: ଦିଲ୍ଲୀପ ଦାସ ଗୀତ ଯେ ମୋ ଜୀବନର ମୋଡ ବଦଳାଇ ଦେବ କୌଣସି ଦିନ ଭାବିନଥିଲି । ଛୋଟ ବେଳର କଥା ଆଜିକାଲି ଖୁବ ମନେ ପଡେ । ଆର୍ଥିକ କାରଣରୁ ପାଠପଢାର ସୁଯୋଗ ମଳିଲାନି । ହେଲେ ଛୋଟ ବେଳରୁ ବିଭିନ୍ନ ଜାଗାରୁ ଗୀତ ଶୁଣି ତାହା ଗାଇବାର ଚେଷ୍ଟା କରୁଥିଲି । କୀର୍ତ୍ତନ ଖୁବ ପସନ୍ଦ କରୁଥିଲି । ଗାଉଥିଲି ଆଜି ବି ଗାଏ । ହେଲେ ଦୁଇ ରାଜପୁର କୁଢାଳଜୁଡି ଗ୍ରାମର ଏହି ଭୁବନ ଯେ ଗୋଟିଏ ଗୀତ କାରଣରୁ ବିଖ୍ୟାତ ହୋଇଯିବ, ତାହା ସେ ଭାବିନଥିଲା ।

କଞ୍ଚା ବାଦାମ ବିକ୍ରି କରୁଥିଲି । ରହୁଥିଲି ମାଟି ଘରେ । ଏହି ଗୀତର କଲ୍ୟାଣରୁ ଏବେ ମୋର ପକ୍କା ଘର । ଆଜି ମୁଁ ଖୁବ ଆନନ୍ଦ । କିନ୍ତୁ ଏପରି କିଛି ଦିନ ଆଗରୁ ନଥିଲା । ମୁଁତ ଖୁବ ଗରିବ ପରିବାରର ପୁଅ । ଅନାଟନର ସଂସାର ଥିଲା । ଛୋଟ ବେଳରୁ ଗ୍ରାମରେ ଦିନ ମଜୁରିଆ କାମ କରୁଥିଲି । ୧୨ ବର୍ଷ ତଳେ ହଠାତ୍‌ ଦିନେ ବାଦାମ ବିକ୍ରି କରିବା ଆରମ୍ଭ କରିଥିଲା । ଏକ ଭଙ୍ଗା ସାଇକେଲ ଆଉ ଏକ ବାଉଁଶର ଡାଲା, ପୁରୁଣା ନିକିତି ନେଇ ଆରମ୍ଭ କରିଥିଲା ବେପାର । ଗାଁରୁ ଗାଁକୁ ବୁଲି ବାଦାମ ବିକ୍ରି କଲି । ଗୀତ ସବୁ ସମୟରେ ମୋର ଅତିପ୍ରିୟ ।

ସେଥିଲାଗି ବାଦାମ ବିକ୍ରି କରୁ କରୁ ଗୀତ ଗାଉଥିଲି । ଏହା ଦ୍ୱାରା ଲୋକମାନେ ମତେ ଅଲଗା କରି ଚିହ୍ନିବାରେ ସୁବିଧା ହେଉଥିଲା । ହଠାତ ଦିନେ ବାଦାମ ବିକୁ ବିକୁ ଏକ ଗୀତ ନିଜେ ରଚନା କରିଦେଲି । ସେହି ଗୀତଟି ମୋ ଜୀବନକୁ ଓଲଟାଇଦେଲା । ବାଦାମ ବାଦାମ ଗୀତଟି କେହି ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଦେଲା । ବାସ ତାପରେ ଅନେକ ମୋ ଘରକୁ ଆସିବା ଆରମ୍ଭ କରିଦେଲେ ।

ମୋ ଗୀତଟି ଭାଇରାଲ ହୋଇଥିବା ଜାଣିଲି । ସୋସିଆଲ ମିଡିଆ କଣ ବୁଝିବା ମୋ ପକ୍ଷରେ ସମ୍ଭବ ନଥିଲା । ଏହା ପରେ ଅନେକ ମେତେ ସାହାଯ୍ୟର ହାତ ବଢାଇ ଦେଲେ । ଏହା ପରେ ଏକ ମୋଟରସାଇକେଲ କିଣିଲି । ସାଇକେଲ ଛାଡି ମୋଟରସାଇକେଲରେ ବାଦାମ ବିକିଲି। ମୋଟରସାଇକେଲ ଚଢି କିଛି ଦୂର ଦୂରାନ୍ତରକୁ ଗଲି ବାଦାମ ବିକିବାକୁ । ସମସ୍ତେ ମୋ ସହିତ ଫଟୋ ଉଠାଇବାକୁ ବ୍ୟଗ୍ର । କିଛି ଦିନ ତଳେ ଏକ ଗାଡି କିଣିଥିଲି ଦୁର୍ଘଟଣା ହେବାରୁ ତାକୁ ଦେଇଦେଇଛି । ଏବେ ମୋଟରସାଇକେଲଟି ମୋର ସାଥୀ । ମୋର ଗୋଟିଏ ଝିଅ ତାର ବାହାଘର ହୋଇଯାଇଛି । ଦୁଇ ପୁଅ ମଧ୍ୟରୁ ଜଣକର ବାହାଘର ହୋଇଯାଇଛି । ସମସ୍ତେ ସାଥୀରେ ରହୁଛି ଏହି ପକ୍କା ଘରେ ।

ଏହି ପକ୍କା ଘର କରିବାକୁ ଅନେକ କଷ୍ଟ କରିଛି । ଭାଇରାଲ ହେବା ପରେ ଯାହା ଟଙ୍କା ପାଇଛି ସବୁ ସଞ୍ଚୟ କରି ଏହି ଘର କରିଛି । ସରକାରୀ ଯୋଜନାରୁ ୧ଲକ୍ଷ ୨୦ହଜାର ପାଇ କେବଳ ନିଅଁ ପକାଇ ଥିଲି । ଘରର ଅନ୍ୟ କାମ ଏକ କମ୍ପାନି କରିଦେଇଛି ତାଙ୍କ ଅର୍ଥରେ । ଏହି କୋଠାରେ ଦୁଇ କୋଠରୀ । ଶୌଚାଗାର ଏବଂ ସିଡି ତଳେ ରୋଷେଇ ଘର ହୋଇଛି । ମାର୍ବଲ କାମ ସରିଛି । ସଂଗୀତ ସାଧନା ପାଇଁ ମୋ ଘର ଏକ ଉପଯୁକ୍ତ ପରିବେଶ । ତେବେ ଯାହା ବି ମୁଁ ପାଇଛି, ତାହା କେବଳ ଲୋକଙ୍କ ଭଲପାଇବାରୁ ପାଇଛି ବୋଲି କହିଛନ୍ତି ଭୁବନ ବାଦ୍ୟକାର।