ନୂଆଦିଲ୍ଲୀ,୧୯/ ୧୧: ସୋମବାର ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ସୋସିଆଲ ମିଡିଆ କମ୍ପାନୀ ମେଟା ଉପରେ ୨୧୩.୧୪ କୋଟି ଟଙ୍କା ଜରିମାନା ଲଗାଇଛି। ୨୦୨୧ ରେ ହ୍ବାଟ୍ସଆପ୍ ପ୍ରାଇଭେସି ଅପ୍ଡେଟ୍ ମାଧ୍ୟମରେ ଅନୁଚିତ ବ୍ୟବସାୟିକ ପଦ୍ଧତି ଗ୍ରହଣ କରିବା ପାଇଁ ଏହି ଜରିମାନା ଲାଗୁ କରାଯାଇଥିଲା। ଅଧିକନ୍ତୁ, ପ୍ରତିଯୋଗୀତା ବିରୋଧୀ ଆଚରଣରୁ ନିବୃତ୍ତ ହେବା ଏବଂ ବନ୍ଦ କରିବାକୁ ସିସିଆଇ ମେଟାକୁ ନିର୍ଦ୍ଦେଶ ଦେଇଛି।
ସୋମବାର ଦିନ ପ୍ରତିସ୍ପର୍ଦ୍ଧା ନିୟନ୍ତ୍ରକ ମେଟାର ଦବଦବାର ଅପବ୍ୟବହାର କରିଥିବା ଅଭିଯୋଗରେ ୨୧୩.୧୪ କୋଟି ଟଙ୍କା ଜୋରିମାନା ଆଦାୟ କରିଛନ୍ତି ବୋଲି ଏକ ନିର୍ଦ୍ଦେଶରେ କୁହାଯାଇଛି। ଭାରତରେ ମେଟା ପ୍ରଧାନ୍ୟର ଅପବ୍ୟବହାର ବିରୁଦ୍ଧରେ ନିର୍ଦ୍ଦେଶ ପାସ୍ କରିବାବେଳେ ସିସିଆଇ କହିଛି ଯେ ହ୍ବାଟ୍ଦଆପ୍ କିପରି ଏହାର ୨୦୨୧ ଗୋପନୀୟତା ନୀତି କାର୍ଯ୍ୟକାରୀ କରିଛି, ଏହା କିପରି ଉପଭୋକ୍ତା ତଥ୍ୟ ସଂଗ୍ରହ କରିଛି ଏବଂ ବଜାରରେ ଥିବା ଅନ୍ୟ କମ୍ପାନୀଗୁଡିକ ସହିତ ସେୟାର କରିଛି।
ଅନ୍ୟ ପଟେ, ସିସିଆଇ ହ୍ବଟ୍ସଆପ୍କୁ ମଧ୍ୟ ଏହାର ପ୍ଲାଟଫର୍ମରେ ସଂଗୃହିତ ଉପଭୋକ୍ତା ତଥ୍ୟକୁ ଅନ୍ୟ ମେଟା ଉତ୍ପାଦ କିମ୍ବା କମ୍ପାନୀଗୁଡିକ ସହିତ ବିଜ୍ଞାପନ ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପାଇଁ ଅଂଶୀଦାର ନକରିବାକୁ ନିର୍ଦ୍ଦେଶ ଦେଇଛି। ସିସିଆଇର ଏହି ନିର୍ଦ୍ଦେଶ ଯୋଗୁଁ, ମେଟାକୁ ଏକ ବଡ଼ ଝଟ୍କା ଲାଗିଛି। କେବଳ ହ୍ବାଟ୍ସଆପ୍ରେ ଦେଶରେ ମାସିକ ୫୦୦ ମିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତା ଅଛନ୍ତି। ସିସିଆଇ ଦ୍ବାରା କି ପ୍ରକାର ସୂଚନା ଦିଆଯାଇଛି ଆସନ୍ତୁ ଜାଣିବା....
ସିସିଆଇ ତଦନ୍ତରେ କ'ଣ ମିଳିଥିଲା?
ସିସିଆଇ ମାର୍ଚ୍ଚ ୨୦୨୧ରେ ହ୍ବାଟ୍ସଆପ୍ର ରିଭାଇଜ୍ଡ ପ୍ରାଇଭେସି ପଲିସିର ଯାଞ୍ଚ ଆରମ୍ଭ କରିଥିଲା, ଯେଉଁଥିରେ ତଥ୍ୟ ସଂଗ୍ରହର ବିସ୍ତାରିତ ପରିସର ମଧ୍ୟରେ ଫେସବୁକ (ବର୍ତ୍ତମାନର ମେଟା) ଏବଂ ଏହାର କମ୍ପାନୀଗୁଡ଼ିକ ସହିତ ଅନିବାର୍ଯ୍ୟ ତଥ୍ୟ ସେୟାର କରିବାକୁ ସକ୍ଷମ ଦର୍ଶାଇଥିଲା। ଏହା ପୂର୍ବରୁ ୨୦୧୬ରୁ ୟୁଜର୍ସଙ୍କ ପାଖରେ ଏକ ବିକଳ୍ପ ଥିଲା ଯେ, ସେମାନେ ତାଙ୍କର ତଥ୍ୟ କମ୍ପାନୀକୁ ସେୟାର କରିବେ କି ନାହିଁ। ଜାନୁଆରୀ ୨୦୨୧ରୁ ୟୁଜର୍ସଙ୍କ ପାଇଁ ଲାଗୁ ହେବାକୁ ଥିବା ପଲିସି ଫେବୃଆରୀ ୨୦୨୧ ରୁ ଲାଗୁ ହେବାର ଥିଲା। ହ୍ବାଟ୍ସଆପ୍ ଆରମ୍ଭ କରିବା ପୂର୍ବରୁ ୟୁଜର୍ସମାନଙ୍କୁ ନୂଆ ସର୍ତ୍ତାବଳୀକୁ ଗ୍ରହଣ କରିବା ବାଧ୍ୟତାମୂଳକ ଥିଲା। ଏହା ପରେ ଏନେଇ ଅନେକ ସମାଲୋଚନା କରାଯାଇଥିଲା ଏବଂ ମେଟା ଏହି ରୋଲଆଉଟ୍ ବାତିଲ କରିଦେଲା। ପରେ ହ୍ବଟସ୍ ଆପ୍ ଏକ ସ୍ପଷ୍ଟୀକରଣ ଜାରି କରି କହିଛି ଯେ ପଲିସି ଅପଡେଟ୍ ସେମାନଙ୍କ ବନ୍ଧୁ କିମ୍ବା ପରିବାର ସହିତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ବାର୍ତ୍ତାର ଗୋପନୀୟତା ଉପରେ ପ୍ରଭାବ ପକାଇବ ନାହିଁ।