ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଭାରତ ଏବଂ ଆମେରିକା ମଧ୍ୟରେ ବଡ଼ ଚୁକ୍ତି, ୧୩୧ ନିୟୁତ ଡଲାରର ପ୍ରତିରକ୍ଷା ଉପକରଣ ଯୋଗାଣକୁ ପେଣ୍ଟାଗନ୍‌ର ମଞ୍ଜୁରି

Published By : Tapas Panda | May 1, 2025 9:07 PM

Image Courtesy: indiatv

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହାରି ମଧ୍ୟରେ ଆମେରିକା ଭାରତ ସହିତ ଏକ ବଡ଼ ସାମରିକ ଡିଲ୍‌ କରିଛି । ନିଜର ରଣନୈତିକ ସମ୍ବନ୍ଧ ଅନୁରୂପ ଆମେରିକା ଭାରତକୁ ୧୩୧ ମିଲି୍ୟନ ଡଲାରର ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଉପକରଣ ଯୋଗାଇବା ଲାଗି ମଞ୍ଜୁରି ଦେଇଛି । ପେଣ୍ଟାଗନ୍‌ର ଏହି ନିଷ୍ପତ୍ତି ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । 

ଆମେରିକାର ରିଡଆଉଟ୍ ଅନୁସାରେ, ପେଣ୍ଟାଗନ ଅଧୀନରେ କାର୍ଯ୍ୟ କରୁଥିବା ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (DSCA) ସାମରିକ ଯୋଗାଣ ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ କରିଛି ଏବଂ ସମ୍ଭାବ୍ୟ ବିକ୍ରୟ ବିଷୟରେ ଆମେରିକା କଂଗ୍ରେସକୁ ସୂଚିତ କରିଛି । ନୂଆଦିଲ୍ଲୀକୁ ଆମେରିକାରୁ ପ୍ରତିରକ୍ଷା ଉପକରଣ କ୍ରୟ ବୃଦ୍ଧି କରିବା ଉପରେ ଟ୍ରମ୍ପ ପ୍ରଶାସନ ଗୁରୁତ୍ବରୋପ କରିବା ମଧ୍ୟରେ ଏହି ଅପଡେଟ୍‌ ସାମ୍ନାକୁ ଆସିଛି ।  

ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ପରେ ଭାରତ ଏବଂ ଆମେରିକା ମଧ୍ୟରେ ରଣନୈତିକ ସହଭାଗୀତା ଆହୁରି ମଜବୁତ ହେବ। ଆମେରିକା ଭାରତକୁ ପ୍ରତିରକ୍ଷା ଉପକରଣ ଯୋଗାଣକୁ ଅନୁମୋଦନ କରିବା ପରେ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତ "ସି-ଭିଜନ ସଫ୍ଟୱେର୍", "ରିମୋଟ୍ ସଫ୍ଟୱେର୍" ଏବଂ "ଆନାଲିଟିକାଲ୍ ସପୋର୍ଟ" କ୍ରୟ କରିବା ସହିତ "ସି-ଭିଜନ" ଡକ୍ୟୁମେଣ୍ଟ ଏବଂ ଲଜିଷ୍ଟିକ୍ସର ଅନ୍ୟାନ୍ୟ ସମ୍ବନ୍ଧିତ ଉପାଦାନ କ୍ରୟ ପାଇଁ ଆଗ୍ରହ ପ୍ରକାଶ କରିଥିଲା । ସେପଟେ  ପ୍ରସ୍ତାବିତ ଯୋଗାଣ ସମ୍ପର୍କରେ ଭାରତୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.