ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କ୍ରୁଟ ବୈଠକରେ ବଡ଼ ନିଷ୍ପତ୍ତି, ଏଣିକି ୫ ବର୍ଷ ଅଭିଜ୍ଞତା ନ ଥିଲେ ଆମ ବସ୍‌ ଡ୍ରାଇଭିଂ ମନା

Published By : Prameya | May 31, 2025 10:01 AM

ଭୁବନେଶ୍ୱର,୩୧/୦୫: ଆମ ବସ୍‌ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରୁଟ । ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫ ବର୍ଷରୁ  ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନ ଦେବାକୁ  ନିଷ୍ପତ୍ତି ହୋଇଛି । ଆମ ବସ ଦ୍ୱାରା ବାରମ୍ବାର ଦୁର୍ଘଟଣାକୁ ନେଇ ଚାରିଆଡ଼େ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । 

ଆମ ବସ ଚାଳକଙ୍କ ବେପରୁଆ ଡ୍ରାଇଭିଂ  ଓ ଦୁର୍ଘଟଣା ଉପରେ ରୋକ ଲଗାଇବାକୁ ଶୁକ୍ରବାର  କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍‌ ଥିରୁମାଲା ନାଏକଙ୍କ  ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।  ଏଥିରେ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ଆମ  ବସ ଦୁର୍ଘଟଣାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ  ପାଇଥିଲା । ପ୍ରଶିକ୍ଷଣକୁ ଜୋରଦାର କରାଯିବା ସହ  ଡ୍ରାଇଭର ନିଯୁକ୍ତିକୁ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ମନଇଚ୍ଛା ଡ୍ରାଇଭରମାନଙ୍କୁ ଏଣିକି ଆଉ ଏଜେନ୍ସି ନିଯୁକ୍ତି ଦେଇ ପାରିବେ ନାହିଁ । ଏଥିପାଇଁ  ୫ ବର୍ଷର ଅଭିଜ୍ଞତାକୁ କଡ଼ାକଡ଼ି କରାଯାଇଛି । ଖଣ୍ଡଗିରି ଛକରେ ଦୁଇ ଦିନ ତଳେ ଆମ ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଲୋକେ ମୋ  ବସ୍‌ ଭାଙ୍ଗିଥିଲେ । ଖାଲି ଏତିକି ନୁହେଁ, ୩ ମାସରେ ୫ରୁ  ଅଧିକ ଲୋକଙ୍କ ଜୀବନ ଆମ ବସ୍‌ ଚକା ତଳେ ଗଲାଣି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.