PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଦଲାଇ ଲାମାଙ୍କ ଘୋଷଣା: ଭାରତରୁ କେହି ହୋଇପାରନ୍ତି ତାଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ,୧୯।୩: ନିଜର ପରବର୍ତ୍ତୀ ଉତ୍ତରାଧୀକାରୀକୁ ନେଇ ଦେଇଥିବା ବୟାନ ପରେ ଏବେ ଚର୍ଚ୍ଚାରେ ଅଛନ୍ତି ତୀବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା।   ସେ କହିଛନ୍ତି ତାଙ୍କର ମୃତ୍ୟୁପରେ ତୀବ୍ଦତର ପରବର୍ତୀ ଧର୍ମଗୁରୁ ଭାରତରୁ ହୋଇ ପାରନ୍ତି । ସେ ଗତ ୬୦ ବର୍ଷ ଭାରତରେ କାଟିଛନ୍ତି । ତେଣୁ ଏହି ଠାରୁ ତାଙ୍କର ଉତରାଧିକାରୀ ଆସିପାରେ । ଚୀନ ଦ୍ୱାରା ଘୋଷଣା କରାଯାଇଥିବା କୌଣସୀ ଉତରାଧୀକାରୀଙ୍କୁ ସମ୍ମାନ ମିଳିବ। ଦଲାଇ ଲାମାଙ୍କ  ଦଲାଇ ଲାମାଙ୍କ ଦ୍ୱାରା ତୀବ୍ଦତ ଛାଡିବାର ୬୦  ବର୍ଷ ପୂର୍ତ୍ତି ଅବସରରେ ସେ ଧର୍ମଶାଳାରେ ଗଣମାଧ୍ୟମକୁ ଏହି କଥା କହିଛନ୍ତି।ତାଙ୍କର ଏହି ମନ୍ତବ୍ୟ ପରେ ଚୀନ ପକ୍ଷରୁ କୁହାଯାଇଛି ଦଲାଇ ଲାମାଙ୍କ ଆଗାମୀ ଉତ୍ତରାଧିକାରୀକୁ ଚୀନ ସରକାରଙ୍କ ଠାରୁ ମଞ୍ଜୁରୀ ନେବାକୁ ହେବ।କାରଣ ଚୀନ ପାଖରେ ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କୁ ମଞ୍ଜୁରୀ ଦେବାର ଅଧିକାର ରହିଛି। ୧୯୩୫ରେ ସେ ଜନ୍ମ ହେବାପରେ ମାତ୍ର ୨ ବର୍ଷ ବୟସରେ ତାଙ୍କୁ ଏହି ଉପାଧି ମିଳିଥିଲା।

ଲାମା ହସିକି କହିଛନ୍ତି  ତାଙ୍କ ପାଇଁ ପୁନର୍ଜନ୍ମ ଖୁବ୍ ମହତ୍ୱପୂର୍ଣ୍ଣ । ତେଣୁ ପରବର୍ତ୍ତୀ ଦଲାଇ ଲାମା କିଏ ହେବ ତାହା ଚିନ୍ତାର ବିଷୟ । ଭବିଷ୍ୟତରେ ଦୁଇ ଜଣ ଦଲାଇ ଲାମା ହୋଇପାରନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସ୍ୱାଧୀନ ଦେଶରୁ ଏବଂ ଜଣେ ଚୀନରୁ ଆସନ୍ତି ତେବେ ଚୀନରୁ ଆସିଥିବା ଦଲାଇ ଲାମାଙ୍କୁ ସମ୍ମାନ ମିଳିବ ନାହିଁ। ଏହା ଚୀନ ପାଇଁ ଏକ ଅତିରିକ୍ତ ସମସ୍ୟା ! ଏହା ସମ୍ଭବ ଅଟୋ, ଏହା ହୋଇପାରେ ମଧ୍ୟ। 

ଏଠାରେ ଉଲ୍ଲେଖନୀୟ ଯେ ୧୯୫୯ରେ ଚୀନ ଶାସକଙ୍କ ବିରୋଧରେ ବିଦ୍ରୋହ ପରେ ସେ ଭାରତ ଆସିଥିଲେ। ଏହାପରେ ସେ ବୌଦ୍ଧ ଧର୍ମ ଓ ତିବ୍ଦତୀୟ ଲୋକଙ୍କ ଅଧିକାର ଦିଗରେ କାମ କରିଥିଲେ। ୧୯୫୦ରେ ତୀବ୍ଦତକୁ ନିଜର ନିୟନ୍ତ୍ରଣରେ ନେଇଥିବା ଚୀନର ଏହି ୮୩ ବର୍ଷୀୟ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ଚୀନ ଏକ ବିପଦଜନକ ବିଚ୍ଚିନ୍ନତାବାଦୀ ବୋଲି କହେ। ଏହା ପୂର୍ବରୁ ୨୦୧୮ରେ ଦଲାଇ ଲାମା କହିଥିଲେ ଉତ୍ତରାଧିକାରୀ ଚୟନ କରିବାର କାମ ତାଙ୍କର ନୁହେଁ। ତାଙ୍କର ମୃତ୍ୟୁପରେ ଅନ୍ତଃର୍ଜାତୀୟ ସ୍ତରରେ ସମ୍ମିଳନୀ କରାଯାଇ ନିଷ୍ପତ୍ତି ହେବା ଦରକାର।

ସମ୍ବନ୍ଧିତ ଖବର