ନୂଆଦିଲ୍ଲୀ : ବିଗବସ୍ ୧୮ରେ ନଜର ଆସିଥିବା ଅଭିନେତ୍ରୀ ଶୃତିକା ଅର୍ଜୁନ ନିଜର ମଜାଳିଆ କଥା ପାଇଁ ପରିଚିତ । ସବୁବେଳେ ହସ ମଜାକ କରୁଥିବା ଶୃତିକାଙ୍କ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ହନିମୁନ୍ ସମ୍ପର୍କରେ କହିଛନ୍ତି । ସ୍ବାମୀଙ୍କୁ ନେଇ ମଜାକ୍ ମଧ୍ୟ କରିଛନ୍ତି ।
ଏକ ଇଣ୍ଟରଭିୟ୍ୟୁରେ ନିଜ ବିବାହ ସମ୍ପର୍କ ପଚରା ଯାଇଥିବା ପ୍ରଶ୍ନରେ ହସିଥିଲେ । କହିଥିଲେ ହନିମୁନ୍ କଥା କହିଲେ ମୋତେ ହସ ମାଡ଼େ । ବିବାହର ୬ ଦିନ ହୋଇଥାଏ । ଆମେ ହନିମୁନରେ ଥାଉ । ଏହି ସମୟରେ ସ୍ବାମୀଙ୍କୁ ହୋଇଥିଲା ୧୦୩ ଡିଗ୍ରୀ ଜ୍ବର । ଭାବନ୍ତୁ ତ ମୁଁ କଣ କରିବି ? ସେ ହସି ହସି ଏଭଳି କହିଥିଲେ ।
ସେପଟେ ସ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ସେହି ଇଣ୍ଟରଭିୟ୍ୟୁରେ ଉପସ୍ଥିତ ଥିବା ସ୍ବାମୀ ଅର୍ଜୁନ ରାଜ ନିଜର ନିରବତା ଭାଙ୍ଗିଥିଲେ । ସେ କହି ହସି କହିଥିଲେ କି, ହଁ ମୁଁ ସେଦିନ ଅସୁସ୍ଥ ହୋଇଥିଲି । ହେଲେ କାନ୍ଦିଲ କାହିଁକି ? ଏମିତି ମଜାଦାର କଥା କହିଥିବାବେଳେ ଏହାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।
ସେପଟେ ବିବାହ ସମ୍ପର୍କରେ ଶୃତିକା କହିଛନ୍ତି କି, ମୋ ବାପା ବାହାଘର ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଯଦିଓ ସେତେବେଳେ ଏତେ ମହଙ୍ଗା ବାହାଘର ହୋଇନଥିଲା ତଥାପି ବାପା ମୋ ପାଇଁ ସବୁକିଛି କରିଥିଲେ । ଏହାସହ ସେ କହିଛନ୍ତି କି, ମୁଁ କୌଣସି ଧନୀ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁନଥିଲି । ମୁଁ ଛୋଟ ଛୋଟ କାଫେରେ ଚା’ ପିଉଥିଲି । ମାତ୍ର ପ୍ରଥମ ଡେଟରେ ଏକ ବଡ଼ ହୋଟେଲକୁ ଯାଇଥିଲି । ପ୍ରଥମରୁ ମୋତେ ଲାଗୁଥିଲା କି, ଧନୀ ଲୋକମାନେ ପ୍ରତାରଣା କରନ୍ତି କିନ୍ତୁ ଅର୍ଜୁନ ଜମା ସେମିତି ନୁହେଁ ।
ଏହାସହ ପଢ଼ନ୍ତୁ : ଘରୁ ଉଦ୍ଧାର ହେଲା ଅଭିନେତ୍ରୀଙ୍କ ମୃତଦେହ, ଆତ୍ମହତ୍ୟା କରିଥିବା ସନ୍ଦେହ