ଚେନ୍ନାଇ : ଜଣାଶୁଣା ତାମିଲ ଟିଭି ଅଭିନେତ୍ରୀ ସୁଭାସିନୀଙ୍କ ମୃତଦେହ ଉଦ୍ଧାର । ସନ୍ ଟିଭିରେ ପ୍ରସାରିତ ‘କାୟଲ’ ଧାରାବାହିକର ଏହି ଅଭିନେତ୍ରୀଙ୍କ ମୃତଦେହ ଚେନ୍ନାଇସ୍ଥିତ ଘରୁ ଉଦ୍ଧାର ହୋଇଛି । ଯାହାକି ଟେଲିଭିନଜ ଜଗତରେ ଏକ ଦୁଃଖର ବାତାବରଣ ସୃଷ୍ଟି କରିଛି । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍ବାମୀଙ୍କ ସହ ଝଗଡ଼ା ହେବା ପରେ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ପୁଲିସ ମୃତଦେହ ଉଦ୍ଧାର କରିଥିବାବେଳେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସେପଟେ ଅଭିନେତ୍ରୀଙ୍କ ମୋବାଇଲ ଜବତ କରାଯାଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି ।

ସେପଟେ ଆମେ ଯଦି ସୁଭାସିନୀଙ୍କ ସମ୍ପର୍କରେ କହିବା ତାହେଲେ ସେ ଶ୍ରୀଲଙ୍କାରୁ ଆସି ତାମିଲ ମନୋରଞ୍ଜନ ଶିଳ୍ପରେ ପାଦ ଥାପିଥିଲେ । ଅନ୍ୟ କଳାକାରଙ୍କ ଭଳି ତାଙ୍କ ଯାତ୍ରା ମଧ୍ୟ ଏତେ ସହଜ ନଥିଲା । ସେ ବହୁ ଅଡିସନ ଦେବା ପରେ ନିଜର ଟ୍ୟାଲେଣ୍ଟକୁ ସର୍ବସମ୍ମୁଖରେ ଦର୍ଶାଇଛନ୍ତି । ନିଜର କଠିନ ପରିଶ୍ରମ ବଳରେ ଦର୍ଶକଙ୍କ ମନ ଜିଣିଥିଲେ । କାୟଲ ସିରିଏଲ ତାଙ୍କ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ଯାହାକି ପ୍ରତ୍ୟେକ ତାମିଲ ଲୋକଙ୍କ ପସନ୍ଦର ଅଭିନେତ୍ରୀ ମଧ୍ୟ ହୋଇପାରିଥିଲେ ।

ଫ୍ୟାନ୍ସ ଏବଂ ସାଥୀ କଳାକାରଙ୍କମାନେ ତାଙ୍କ ଦେହାନ୍ତ ଖବର ପାଇବା ପରେ ମର୍ମାହତ ହୋଇଛନ୍ତି । ସାଥୀ କଳାକାରମାନେ କହିଛନ୍ତି କି, ସେ ଜଣେ ଭଲ ମଣିଷ ଥିଲେ । ସବୁବେଳେ ନିଜର କାମକୁ ପ୍ରାଧାନ୍ୟ ଦେଉଥିଲେ । ସେପଟେ କୁହାଯାଉଛି କି, ଭିଡିଓ କଲ ପାଇଁ ସ୍ବାମୀଙ୍କ ସହ ବ୍ୟକ୍ତିଗତ କାରଣରୁ ଝଗଡ଼ା ପରେ ଅଧିକ ଭାବପ୍ରବଣ ହୋଇ ଏପରି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ତେବେ ପୁଲିସ ସମସ୍ତ ଦିଗକୁ ଲକ୍ଷ୍ୟ କରି ତଦନ୍ତ ଆରମ୍ଭ କରିଛି । କ୍ୟାରିୟରରେ ଉପରକୁ ଉଠୁଥିବାବେଳେ ଏଭଳି ଜଣେ ଅଭିନେତ୍ରୀଙ୍କୁ ହରାଇ ଏବେ ସାଥୀ କଳାକାର ଏବଂ ଟେଲିଭିଜନ ଜଗତ ବେଶ ଦୁଃଖ ପ୍ରକାଶ କରିଛି ।

ଏହାସହ ପଢ଼ନ୍ତୁ : ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ : ଗେଟ୍ ଭାଙ୍ଗି ଦିଲ୍ଲୀ ବିଧାନସଭା ଭିତରେ ପଶିଲା ଅଜଣା କାର