ନୂଆଦିଲ୍ଲୀ : IPL ଇତିହାସରେ ଚେନ୍ନାଇ ଏବଂ ମୁମ୍ବାଇ ସର୍ବାଧିକଥର ଟ୍ରଫି ଜିତିଛନ୍ତି । ଏହି ଦୁଇ ଫ୍ରାଞ୍ଚାଇଜ୍ ୫ଥର ଲେଖାଏଁ ଟାଇଟଲ୍ ନିଜ ନାମରେ କରିଛନ୍ତି । ଏହାସହ କୋଲକାତା ନାଇଟ୍ ରାଇଡର୍ସ ୩ଥର ଆଇପିଏଲ ଟ୍ରଫି ହାତେଇଛି । ତେବେ ଆଇପିଏଲ ଇତିହାସରେ ସର୍ବାଧିକ ମ୍ୟାଚ୍ ହାରିଥିବା ଦଳ କିଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ସର୍ବାଧିକ ହାରିଥିବା ଦଳଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛି ପୂର୍ବ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ମୁମ୍ବାଇ ସର୍ବାଧିକ ବିଜୟୀ ହୋଇଛି । ୧୫୦ରୁ ଅଧିକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇସାରିଛି ।

ପ୍ରଥମ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ଦଳ ୧୬୭ଟି ମ୍ୟାଚ ଖେଳିଛି । ଯେଉଁଥିରେ ୧୧୯ଟି ମ୍ୟାଚରେ ଜିତିଥିବାବେଳେ ୧୪୧ଟି ମ୍ୟାଚରେ ପରାଜୟ ବରଣ କରିଛି । ଏହାସହ ସର୍ବାଧିକ ଅଧିନାୟକ ବଦଳାଇଥିବା ଦଳ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଏଯାବତ ୧୪ ଜଣ ଅଧିନାୟକ ବଦଳାଇସାରିଲାଣି ଏହି ଫ୍ରାଞ୍ଚାଇଜ୍ ।

ପଞ୍ଜାବ କିଙ୍ଗ୍ସ ପୂର୍ବ ସିରିଜରେ ରନର୍ସଅପ୍ ରହିଥିଲା । ସର୍ବାଧିକ ଅଧିନାୟକ ବଦଳାଇଥିବା ଦଳ ମଧ୍ୟରେ ଏହି ଫ୍ରାଞ୍ଚାଇଜ୍ ଏକ ନମ୍ବର ସ୍ଥାନରେ ରହିଛି । ଏହାସହ ସର୍ବାଧିକ ମ୍ୟାଚ୍ ହାରିଥିବା ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ୨୬୩ ମ୍ୟାଚ ଖେଳିଥିବାବେଳେ ଦଳ ୧୩୯ଟି ପରାଜୟ ବରଣ କରିଛି ।

ତୃତୀୟ ସ୍ଥାନରେ ରହିଛି ଆରସିବି । ବିରାଟ କୋହଲିଙ୍କ ଲାଗି ଏହି ଦଳର ଅନେକ ଫ୍ୟାନ୍ସ ରହିଛନ୍ତି । ତଥାପି ଏହି ଦଳ ଆଇପିଏଲ ଇତିହାସରେ ୨୭୨ ମ୍ୟାଚ ଖେଳିଥିବାବେଳେ ୧୩୩ଟି ପରାଜୟ ବରଣ କରିଛି । ୧୩୨ ମ୍ୟାଚରେ ଜିତିଥିବାବେଳେ ଗତ ସିଜିନରେ ଟାଇଟଲ ହାସଲ କରିଛି ଆରସିବି ।

ଚତୁର୍ଥ ସ୍ଥାନରେ ରହିଛି ତିନିଥର ଚାମ୍ପିୟନ ହୋଇଥିବା କୋଲକାତା ନାଇଟ୍ ରାଇଡର୍ସ । ଏହି ଫ୍ରାଞ୍ଚାଇଜ୍ ୨୬୯ ମ୍ୟାଚ୍ ଖେଳିଥିବାବେଳେ ୧୨୭ ମ୍ୟାଚରେ ହାରିଛି । ୧୩୫ ମ୍ୟାଚରେ ଦଳ ଜିତିଛି ।

ଏହାସହ ପଢ଼ନ୍ତୁ : ମ୍ୟାଚ୍ ପୂର୍ବରୁ CSKକୁ ଲାଗିଲା ଆଉ ଏକ ଝଟକା