ନୂଆଦିଲ୍ଲୀ : ଆସନ୍ତା ୨୮ ତାରିକରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୯ତମ ସିଜିନ୍ । ସମସ୍ତ ଦଳ ନିଜର ଅଭ୍ୟାସରେ ବ୍ୟସ୍ତ । ତେବେ ମ୍ୟାଚ୍ ଖେଳିବା ପୂର୍ବରୁ ୫ଥର ବିଜୟୀ ହୋଇଥିବା ସିଏସକେର ଚିନ୍ତା ବଢ଼ିଯାଇଛି । ଅଷ୍ଟ୍ରେଲିୟ ଦ୍ରୁତ ବୋଲର ନାଥନ୍ ଏଲିସ୍ IPL 2026 ସିଜିନ୍ ରୁ ବାଦ ପଡ଼ିଛନ୍ତି, ଯାହା ଦଳର ବୋଲିଂକୁ ଦୁର୍ବଳ କରିଦେଇଛି। ଏବେ, ଆଉ ଜଣେ ଅଷ୍ଟ୍ରେଲିୟ ତାରକାଙ୍କ ଆଘାତ CSK ପାଇଁ ଚିନ୍ତାର କାରଣ ପାଲଟିଛି।

ଅଷ୍ଟ୍ରେଲିୟ ଅଲରାଉଣ୍ଡର ମାଥ୍ୟୁ ସର୍ଟଙ୍କ ଆଙ୍ଗୁଠି ଆଘାତ ଲାଗିଛି ଏବଂ ସେ ଏପର୍ଯ୍ୟନ୍ତ ଏଥିରୁ ସୁସ୍ଥ ହୋଇନାହାଁନ୍ତି। ଫଳସ୍ୱରୂପ, ସେ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ । ଏହି ଲମ୍ବା, ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବଂ ପାର୍ଟ-ଟାଇମ୍ ସ୍ପିନର ସମ୍ପ୍ରତି ଏକ ଅଷ୍ଟ୍ରେଲିଆ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ସମୟରେ ଆଘାତର ଶିକାର ହୋଇଥିଲେ । ଯେଉଁ କାରଣରୁ ପ୍ରଥମରୁ କିଛି ମ୍ୟାଚରେ ସେ ନଜର ଆସିନପାରନ୍ତି । ସେପଟେ ଚଳିତ ସିଜିନରେ ବହୁ ଦ୍ରୁତ ବୋଲର ଆହତ କାରଣରୁ ବାଦ୍ ପଡ଼ିଲେଣି ଏବଂ କିଛି ବୋଲର ଆହତ କାରଣରୁ ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକରୁ ଦୂରେଇ ରହିବେ ।

କେବଳ ସିଏସକେ ନୁହେଁ, କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ସେମାନଙ୍କ ବୋଲରଙ୍କ ଆଘାତ ସହିତ ସଂଘର୍ଷ କରୁଛି । ଫ୍ରାଞ୍ଚାଇଜ୍ ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା । ହର୍ଷିତ ରାଣା ମଧ୍ୟ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଏହି ସମୟରେ, ଶ୍ରୀଲଙ୍କାର ପେସର ମାଥିଶା ପାଥିରାଣାଙ୍କ ଅଂଶଗ୍ରହଣ ଅନିଶ୍ଚିତ ରହିଛି । ସେ ଏପର୍ଯ୍ୟନ୍ତ ତାଙ୍କର ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାଁନ୍ତି, ଏବଂ ଫଳସ୍ୱରୂପ, ସେ ଶ୍ରୀଲଙ୍କା କ୍ରିକେଟ୍ ରୁ NoC ପାଇନାହାଁନ୍ତି ।

ଏହାସହ ପଢ଼ନ୍ତୁ : ବିଜେଡିର କାରଣ ଦର୍ଶାଅ ​‌ନୋଟିସ୍, ଜବାବ ରଖିଲେ ୬ ବିଧାୟକ​‌