ନୂଆଦିଲ୍ଲୀ,୧୧।୩: ବନ୍ଦ ହେବାର ନାଁ ଧରୁନି ଋଷ ଓ ୟୁକ୍ରେନ୍ ଯୁଦ୍ଧ। ଯୁଦ୍ଧବିରତୀ ନେଇ ଫେଲ୍‌ ମାରିଛି ଟ୍ରମ୍ପଙ୍କ ସବୁ ପ୍ରକାର ରଣନୀତି। ହୋଇପାରୁନି ଶାନ୍ତି ଚୁକ୍ତି ଏହା ମଧ୍ୟରେ ଋଷ ଉପରେ ୟୁକ୍ରେନ୍ କରିଛି ଜୋରଦାର ହମଲା। ସୋମବାର ମଧ୍ୟରାତ୍ରିରେ ମାଡ଼ କରିଛି ଶତାଧକ ଡ୍ରୋନ୍। ଏଥିରେ ବହୁ ବଡ଼ ବଡ଼ ବିଲ୍ଡିଂ ହୋଇଛି କ୍ଷତିଗ୍ରସ୍ତ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ହୋଇଛନ୍ତି ଆହତ। ସେପଟେ ୟୁକ୍ରେନ୍ ଉପରେ ମଧ୍ୟ ପାଲଟା ଆକ୍ରମଣ କରିଛି ଋଷ। 

କେବେ ଥମିବ ଋଷ-ୟୁକ୍ରେନ୍ ଯୁଦ୍ଧ ? କାମ କରୁନି ଆମେରିକାର ମଧ୍ୟସ୍ଥି। ଫିଟି ପାରୁନି ସମାଧାନର ବାଟ। ବହୁ ଚେଷ୍ଟା ପରେ ଦୁଇ ଦେଶ ମଧ୍ୟରେ ଚାଲିଛି ମହାଲଢେଇ। ରାତି ଅଧରେ ମସ୍କୋ ଉପରେ ବଡ଼ ଧରଣର ଡ୍ରୋନ୍ ହମଲା କରିଛି ୟୁକ୍ରେନ୍। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ୩୩୦ରୁ ଅଧିକ ଡ୍ରୋନ୍‌କୁ ଆମେ ନଷ୍ଟ କରିଛୁ। ଅଧିକାଂଶ ରାଜଧାନୀକୁ ଟାର୍ଗେଟ କରାଯାଇଛି। ଋଷ ସେନା ସେନା ମସ୍କୋ ଆଖପାଖରୁ ୯୧ଟି ଡ୍ରୋନ୍ ନଷ୍ଟ କରିଛି। ଏହାଛଡା ୟୁକ୍ରେନ୍ ସୀମାକୁ ଲାଗିଥିବା କୁର୍ସ୍କରେ ୧୨୬ ଡ୍ରୋନ୍‌କୁ ମାରି ନଷ୍ଟ କରିଛି ଋଷ ସେନା। ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗଣ ଆହତ ହୋଇଛନ୍ତି। ଏହା ଭିତରେ ଋଷ ମଧ୍ୟ ଦେଇଛି ଆକ୍ରମଣର ପାଲଟା ଜବାବ୍। ୟୁକ୍ରେନ୍ ଉପରେ କରିଛି କଡ଼ା ପ୍ରାହର। କରିଛି ବାଲାଷ୍ଟିମ୍ ମିସାଇଲ ମାଡ଼। ୟୁକ୍ରେନ୍ ସେନା କହିଛି ଋଷ ପକ୍ଷରୁ ଛଡ଼ା ଯାଇଥିବା ୧୨୬ ଡ୍ରୋନ୍‌ରୁ ୭୯ଟି ମାରି ନଷ୍ଟ କରିଛୁ।

ଆକ୍ରମଣ ଏଭଳି ଏକ ସମୟରେ ହୋଇଛି ଯେବେ  ଆମେରିକା ଓ ୟୁକ୍ରେନ୍ ଅଧିକାରୀ ମଙ୍ଗଳବାର ସାଉଦି ଆରବରେ ଏକ ବୈଠକରେ ଯୋଗ ଦେବେ। ବୈଠକରେ ଆମେରିକା ଓ ଦୁଇ ଦେଶର ଶୀର୍ଷ ଅଧିକାରୀ ଭାଗ ନେଉଛନ୍ତି। ଯୁଦ୍ଧବିରତୀ ଚୁକ୍ତି ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। 

ୟୁକ୍ରେନ୍ ଯୁଦ୍ଧର ନିଆଁରେ ଘିଅ ଢ଼ାଳୁଛି କି ଆମେରିକା ? ବିଶ୍ବର ଯୁଦ୍ଧାସ୍ତ୍ର ବଜାରରେ ନିଜ ସ୍ଥିତିକୁ କଲା ଆହୁରି ମଜଭୁତ