ନୂଆଦିଲ୍ଲୀ: ଟିମ୍ ଷ୍ଟାର ବ୍ୟାଟ୍ସମ୍ୟାନ ଇଶାନ କିଷନଙ୍କୁ ସମ୍ମାନୀତ କଲେ ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀ । ଗତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିବା କିଷନଙ୍କ ପାଟନାରେ ଏକ କୋଟି ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ସମ୍ମାନୀତ କରିଥିବା ସହ ତାଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

 

ଶୁକ୍ରବାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟିଥିଲେ ଇଶାନ କିଷନ । ଏହି ଅବସରରେ ପାଟନାରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ସମୟରେ ଇଶାନଙ୍କ ପରିବାର ସଦସ୍ୟ ତାଙ୍କ ମାଆ ସୁଚିତ୍ରା ଏବଂ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଯାହାକୁ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସମ୍ରାଟ୍ । ସେ ଲେଖିଛନ୍ତି କି, ଆପଣ ଏଭଳି ଖେଳ ଜାରି ରଖନ୍ତୁ ଏବଂ ବିବାହର ପାଇଁ ଗୌରବ ଆଣନ୍ତୁ ।

 

ICC T20 ବିଶ୍ୱକପ୍ 2026 ର ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଶାନ କିଶାନ, ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କ ସହ ମିଶି ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ଇଶାନ କିଶାନ ୫୪ ରନ କରିଥିଲେ। ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ମୋଟ ସ୍କୋର ୨୫୫ ଥିଲା। ଦଳ ବିଶ୍ବକପ ଜିତିଥିଲା । ତେବେ ଏହି ବିଜୟ ପରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଶାନଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ରାଜ୍ୟକୁ ଫେରିଥିବାବେଳେ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଥିଲା ।

​​​​​​​ଏହାସହ ପଢ଼ନ୍ତୁ: ମାଧୁରୀ ଏବଂ ସଞ୍ଜୟ ଦତ୍ତଙ୍କ ମଧ୍ୟରେ କେମିତି ରହିଛି ସମ୍ପର୍କ ?