ନୂଆଦିଲ୍ଲୀ: ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଏବଂ ସଞ୍ଜୟ ଦତ୍ତଙ୍କ ନାଁ ସେବେ ଉଠେ ସେବେ ମନରେ ଆସିଯାଏ ସାଜନ ଫିଲ୍ମ । ଏହି ଫିଲ୍ମ ବେଶ ହିଟ୍ ହୋଇଥିବାବେଳେ ସମସ୍ତ ଦର୍ଶକଙ୍କ ମନରେ ଏକ ଛାପ ଛାଡ଼ି ଯାଇଛି । ଫିଲ୍ମରତୁ ଶାୟର ହେ, ମୈଁ ତେରୀ ଶାୟରୀ...ଏହି ଗୀତଟି ଆପେ ଆପେ ମନରେ ଗୁଣୁଗୁଣୁ ହୋଇଉଠେ । ତେବେ ଆଜି ମାଧୁରୀଙ୍କ ଜନ୍ମଦିନ ହୋଇଥିବାବେଳେ ଆସନ୍ତୁ ତାଙ୍କ ସମ୍ପର୍କରେ ଜାଣିବା ଅଜଣା କଥା ।
ଯେତେବେଳେ ବଲିଉଡରେ ଶ୍ରୀଦେବୀଙ୍କ ଜଲଓ୍ବା ଅଧିକ ରହିଥିଲା ସେ ସମୟରେ ଏଣ୍ଟ୍ରି କରିଥିଲେ ମାଧୁରୀ । ଏକ୍ ଦୋ ତିନ୍ ଗୀତରେ ଯେତେବେଳେ ମାଧୁରୀଙ୍କ ଧମାକା ଦେଖିଲେ ଦର୍ଶକେ, ତାଙ୍କ ଫ୍ୟାନ୍ ବନିଗଲେ । ପରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଥିବାବେଳେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ଅନୀଲ କପୁରଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକେ ଅଧିକ ପସନ୍ଦ କରିଥିଲେ । ତେଜାବ ଏବଂ ବେଟାରୁ ଆରମ୍ଭ ହୋଇଥିବା ଏହି ଯୋଡ଼ି ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି । ମାଧୁରୀ ତାଙ୍କ କ୍ୟାରିୟରରେ ଅନୀଲ କପୁରଙ୍କ ସହ ଅଧିକାଂଶ ଫିଲ୍ମରେ ଅଭିନୟ କରିଛନ୍ତି ।
ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଅନନ୍ୟ ପରମ୍ପରା ଅଛି। ମାଧୁରୀ ଦୀକ୍ଷିତ ଏବଂ ଅନିଲ କପୁର ଏକାଠି ଅଧିକାଂଶ ଫିଲ୍ମରେ ଅଭିନୟ କରିଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ନେି କେବେ ମଧ୍ୟ ଚର୍ଚ୍ଚା ହୁଏ ନାହିଁ । କିନ୍ତୁ ମାଧୁରୀ ଏବଂ ସଞ୍ଜୟ ଦତ୍ତଙ୍କ ମଧ୍ୟରେ ଦେଖାଯାଇଥିଲା। ଅନିଲ କପୁରଙ୍କ ପରି, ମାଧୁରୀ ଦୀକ୍ଷିତ ଏବଂ ସଞ୍ଜୟ ଦତ୍ତଙ୍କ କେମିଷ୍ଟ୍ରି ମଧ୍ୟ ଏକ ସୁପରହିଟ୍ । ଫିଲ୍ମ ଇଣ୍ଡଷ୍ଟ୍ରିର ପରଦା ଉପରେ ଏବଂ ପରଦା ବାହାରେ କେମିଷ୍ଟ୍ରି ଉପରେ ଆଲୋଚନା କରିବାର ନିଜସ୍ୱ ପରମ୍ପରା ଅଛି । କେତେବେଳେ ଏବଂ କେଉଁ କାରଣରୁ କାହା ବିଷୟରେ ଗସିପ୍ ଶିରୋନାମା ହେବ ତାହା ପୂର୍ବାନୁମାନ କରିବା ଅସମ୍ଭବ ।
ମସିହାରେ ଖତରୋଁ କେ ଖିଲାଡ଼ି ଫିଲ୍ମରେ ଯେବେ ଅଭିନୟ କରିଥିଲେ, ସେବେ ସେମାନଙ୍କ ନାଁକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ପରେ ସାଜନ ସମୟରେ ଉଭୟଙ୍କ ନାଁକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା । ଏବଂ ‘ଖଲନାୟକ’ ସମୟରେ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲେ । ଲଗାତାର ତିନୋଟି ଫିଲ୍ମରେ ଜର ଆସିଥିବାବେଳେ ଖଲନାୟକ’ ଫିଳ୍ମ ସମୟରେ ଅଧିକ ନିକଟତର ହୋଇଥିଲେ । ଏମିତି ବିବାହ କରିବା ଯାଏ କଥା ଉଠିଥିଲା । ଯେଉଁ କାରଣରୁ ସୁବାଷ ଘାଇ ଚିନ୍ତାରେ ରହିଥିଲେ ଫିଲ୍ମ କେମିତି ସମ୍ପୂର୍ଣ୍ଣ କରିବେ ।
ତେବେ ସଞ୍ଜୟ ଦତ୍ତ ଯେତେବେଳେ ଜେଲ୍ ଯାଇଥିଲେ ସେତେବେଳେ ସେମାନଙ୍କ ସମ୍ପର୍କରେ ପଡ଼ିଥିଲା ଭଟ୍ଟା । ମାଧୁରୀ ଚାହୁଁନଥିଲେ କି, ସେମାନଙ୍କ ସମ୍ପର୍କକୁ ନେଇ ବାହାରେ ଚର୍ଚ୍ଚା ହେଉ ବୋଲି । ଏହାସହ ତାଙ୍କ କ୍ୟାରିୟର ଉପରେ ଫୋକସ କରିଥିଲେ । ପରେ ଜେଲରୁ ମୁକୁଳିବା ପରେ ମଧ୍ୟ ଉଭୟ ଦୁଇଟି ଫିଲ୍ମରେ ନଜର ଆସିଥିଲେ କିନ୍ତୁ ସଫଳତା ପାଇନଥିଲା ।
ଏହାସହ ପଢ଼ନ୍ତୁ : Unique Marriage : ନିଛାଟିଆ ଜାଗାରେ ପ୍ରେମ ଗପ କରୁଥିଲେ ୬୦ ବର୍ଷୀୟ ବୃଦ୍ଧକୁ ୨୨ ବର୍ଷୀୟା ଯୁବତୀ, ବାହା କରାଇଦେଲେ ଗ୍ରାମବାସୀ...