ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ବେଆଇନ୍ ବାଲି ଖନନକୁ ନେଇ ଦୁଇ ଗୋଷ୍ଠୀଙ୍କ ଭିତରେ ଗୁଳିବିନିମୟ, ୪ ମୃତ, ଅନେକ ଆହତ...

ବିହାର: ପାଟନାର ମନେରରେ ଥିବା ଆମନାବାଦ କଟେସରରେ ବେଆଇନ୍ ବାଲି ଚାଲାଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୪ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବେଆଇନ ବାଲି ଖନନକୁ ନେଇ ଏହି ଅଞ୍ଚଳରେ ଦୁଇ ଦଳ ମଧ୍ୟରେ ଲଗାତାର ଗୁଳି ବିନିମୟ ହେଉଛି ।

ସୂଚନାଥାଉକି, ଯେ ବିହାରରେ କ୍ରମାଗତ ଭାବେ ଅପରାଧିକ ମାମଲା ସାମ୍ନାକୁ ଆସୁଛି । ବିହାରର ବେଗୁସରାଇ ଜିଲ୍ଲାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇଟି ମୋଟରସାଇକେଲରେ ଚାରି ଜଣ ବ୍ୟକ୍ତି ବେଗୁସରାଇର ବିଭିନ୍ନ ସ୍ଥାନରେ ଯାତ୍ରୀମାନଙ୍କ ଉପରେ ଗୁଳି ଚଳାଇଥିଲେ । ଏଥିରେ ଜଣେ ୩୦ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିଲେ । ଏହା ପରେ ମାଟିହାନି ଅଞ୍ଚଳରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକାଶକୁ ଫାଙ୍କା ଗୁଳି ଚଳାଇଥିଲେ ।

ସେହିପରି ବିହାରର କଟିହାର ଜିଲ୍ଲାର ଗ୍ରାମବାସୀଙ୍କ ଦ୍ବାରା ହୋଇଥିବା ଆକ୍ରମଣରେ ଦୁଇଜଣ ଥାନା ଅଧିକାରୀଙ୍କ ସମେତ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ହାଜତ ମୃତ୍ୟୁ ଖବର ପାଇବା ପରେ ପୋଲିସ ଷ୍ଟେସନରେ ପହଞ୍ଚି ଗ୍ରାମବାସୀ ଏହି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପରିସରରେ ରଖାଯାଇଥିବା ଗାଡିଗୁଡ଼ିକୁ ମଧ୍ୟ ନଷ୍ଟ କରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.