PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବିଜେପିର ହାତ ଛାଡ଼ିଲେ ନୀତୀଶଙ୍କ ପାଖରେ ଏମିତି ରହିବ ସଂଖ୍ୟା, ବୁଝନ୍ତୁ ସମୀକରଣ

pic- ndtv

ପାଟନା: ବିହାର ରାଜନୀତି ବର୍ତ୍ତମାନ ସରଗରମ ରହିଛି। ବିଜେପି ଓ ଜେଡିୟୁ ମେଣ୍ଟ ସରକାର ମଧ୍ୟରେ ଏବେ ବିବାଦ ଉଗ୍ରରୂପ ନେଇଛି। ଏହାରି ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ବିଜେପିର ହାତ ଛାଡ଼ିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ସମ୍ଭାବନା ଭିତରେ କଂଗ୍ରେସ ଓ ଆରଜେଡି ସଙ୍କେତ ଦେଇଛି ଯେ ଯଦି ସେ ବିଜେପିର ହାତ ଛାଡ଼ନ୍ତି ତେବେ ମହାଗଠବନ୍ଧନ ୨.୦ ପାଇଁ ପ୍ରସ୍ତୁତ ଅଛୁ। ଏବେ ଦିଖିବାର ଅଛି ନୀତୀଶ କୁମାର ଏହା ଉପରେ କେଉଁ ପ୍ରକାର ନିଷ୍ପତ୍ତି ନେଉଛନ୍ତି। ହେଲେ ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ନୀତୀଶ କୁମାରଙ୍କୁ ମନେଇବା ପାଇଁ ନିଜେ ଅମିତ ଶାହ ନୀତୀଶଙ୍କ ସହ ଫୋନରେ କଥା ହୋଇଛନ୍ତି।  

ବିହାର ବିଧାନସଭା ନିର୍ବାଚନ ୨୦୨୦ରେ ମୋଟ ୨୪୩ ଆସନରୁ ନୀତୀଶ କୁମାରଙ୍କ ଦଳ ଜେଡିୟୁ ୪୫ ଆସନରେ ବିଜୟ ହୋଇଥିଲା। ଯେତେବେଳେକି ବିଜେପି ୭୭ ଆସନରେ ବିଜୟ ହୋଇଥିଲା। ତେବେ ଜେଡିୟୁ କମ୍‌ ଆସନରେ ବିଜୟ ହୋଇଥିଲେ ମଧ୍ୟ ବିଜେପି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ଆରଜେଡିକୁ ୭୯ ସିଟ୍‌ ମିଳିଥିଲା। ଏହାରି ଭିତରେ ବିଜେପି ଓ ଜେଡିୟୁ ଫାଟ ମଧ୍ୟରେ କଂଗ୍ରେସ ପ୍ରଥମରୁ ହିଁ ଜେଡିୟୁକୁ ସମର୍ଥନ ଦେବା ନେଇ ଘୋଷଣା କରିଛି। ଯଦି ଜେଡିୟୁ ବିଜେପି ମେଣ୍ଟରୁ ବାହାର ହୁଏ ତେବେ ତା ପାଖରେ ୧୯ ବିଧାୟକ ରହିବ। ସେହିପରି ସିପିଆଇଏମଏଲ ପାଖରେ ୧୨ ଓ ହମ୍‌ ପାଖରେ ୪ ବିଧାୟକ ରହିଛି। ଏମାନେ ନୀତୀଶଙ୍କୁ ସମର୍ଥନ କରିଛନ୍ତି। ବିହାରରେ ସରକାର ଗଢ଼ିବାକୁ ହେଲ ୧୨୨ ଅଙ୍କ ଆବଶ୍ୟକ ପଡ଼ିବ।

ସୂଚନା ଥାଉକି ରାଜନୈତିକ ସଙ୍କଟ ଭିତରେ ରାଷ୍ଟ୍ରୀୟ ଜନତା ଦଳ ଆରଜେଡି ନେତୃତ୍ୱାଧିନ ବିରୋଧୀ ଦଳ ସୋମବାର କହିଛି, ନୀତୀଶ କୁମାର ତାଙ୍କ ଦଳ ଜେଡିୟୁଙ୍କୁ ସମର୍ଥନ କରିବେ। ଅନ୍ୟପଟେ ଜେଡିୟୁ ନେତା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କୁସବାହା ସୋମବାର କହିଛନ୍ତି, ମେଣ୍ଟରେ ସବୁ କିଛି ଠିକ୍‌ ରହିଛି। କୁସବାହା କହିଛନ୍ତି, ଏନଡିଏ ମେଣ୍ଟରେ ସବୁ  କିଛି ଠିକ୍‌ ରହିଛି। ହେଲେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କ ପାଖରେ ସବୁ ଯୋଗ୍ୟତା ରହିଛି।