PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

୮-୧୦ ମାସ ନୀତୀଶ ରହିବେ ମୁଖ୍ୟମନ୍ତ୍ରୀ, ଏହାପରେ ତେଜସ୍ୱୀଙ୍କୁ ମିଳିବ ଦାୟିତ୍ବ !   

ପାଟନା,୯।୮: ବିହାରର ରାଜନୀତିରେ କେତେବେଳେ କ’ଣ ହେବ ତାହା କହିବା ସମ୍ଭବ ନୁହେଁ। ବହୁ କଳ୍ପନାଜଳ୍ପନାର ଅବସାନ ଘଟାଇ ମଙ୍ଗଳବାର ମଧ୍ୟାହ୍ନରେ ଏନ୍‌ଡିଏ ସହିତ ମେଣ୍ଟ ଭାଙ୍ଗିଛି ଆରଜେଡି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ମେଣ୍ଟ ଭାଙ୍ଗି ମହାମେଣ୍ଟରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି। ନୀତୀଶ କୁମାରଙ୍କ ଜେଡିୟୁ ଓ ମହାମେଣ୍ଟ ଭିତରେ ପୁଣିଥରେ ଗଠନ ହେବାକୁ ଯାଉଛି ସରକାର। ମଧ୍ୟାହ୍ନରେ ଏହାର ଔପଚାରିକ ଭାବରେ ଘୋଷଣା କରାଯାଇଛି। ନୂତନ ସରକାରରେ ନୀତୀଶ କୁମାର କେତେ ମାସ ବିହାରର ମୁଖ୍ୟମନ୍ତ୍ରୀ ରହିବେ, ଏହାର ଫର୍ମୁଲା ମଧ୍ୟ ସାମନାକୁ ଆସିଛି। ନ୍ୟୁଜ ୧୮ର ଏକ ରିପୋର୍ଟ ଅନୁସାରେ, ମହାମେଣ୍ଟ ଓ ଜେଡିୟୁ ଭିତରେ ମେଣ୍ଟରେ ନୀତୀଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ। ତେବେ ପ୍ରାରମ୍ଭିକ ୮ ମାସରୁ ୧୦ ମାସ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ରହିବେ। ଏହାପରେ ପୁଣି ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ।

ମିଳିଥିବା ଖବର ଅନୁସାରେ, ଜେଡିୟୁର ନୀତୀଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ ଓ ଆରଜେଡି ନେତା ତେଜସ୍ବୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ରହିବେ। ତେବେ ୮ ମାସରୁ ୧୦ ମାସ ପରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦ ତେଜସ୍ବୀଙ୍କୁ ପ୍ରଦାନ କରିବେ। ଏହାର କାରଣ କୁହାଯାଉଛି ଯେ, ନୀତୀଶ କୁମାର ଆଗାମୀ ଲୋକସଭା ନିର୍ବାଚନରେ ପ୍ରସ୍ତୁତିରେ ଲାଗି ରହିବେ। ମହାମେଣ୍ଟର ସରକାରକୁ ନେଇ ନୀତୀଶ କୁମାର ଓ ତେଜସ୍ବୀ ଯାଦବଙ୍କ ଭିତରେ ଡିଲ୍‌ ଫାଇନାଲ ହେବାପରେ ଏଭଳି ଫର୍ମୁଲା ହେବାର ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର