ପାଟକୁରାରୁ ଲଢ଼ିବେ ବିଜୟ ମହାପାତ୍ର

source:http://www.breakingodisha.com
ଭୁବନେଶ୍ୱର,୧ ।୪(ବ୍ୟୁରୋ): ନୂଆ ମୁହଁ ସହ ଦଳ ଡେଇଁ ପଦ୍ମ ଧରିଥିବା ଚେହେରା ବାଜି ମାରିନେଲେ । ବିଜେପି ସୋମବାର ଘୋଷଣା କରିଥିବା ୩ ଲୋକସଭା ସହ ୧୧ ବିଧାନସଭା ଆସନରେ ନୂଆ ଚେହେରା ଟିକେଟ ହାତେଇଛନ୍ତି । କେବଳ ଆଠଗଡ଼ ଓ ଆଠମଲକି୍ଲରେ ଦଳ ପୁରୁଣା ମୁହକୁଁ ଭରସା କରିଛି । କେବଳ ଜଗତସିଂହପୁର ଲୋକସଭା ସହ ଚମ୍ପୁଆ, ଭୋଗରାଇ, ନିଆଳି, ବସ୍ତା, କେନ୍ଦ୍ରାପଡା଼ ବିଧାନସଭା ସିଟି ପାଇଁ ବିଜେପିର ପ୍ରାର୍ଥୀ ତାଲିକା ବାକି ଅଛି । ଦଳ ପକ୍ଷରୁ ସୋମବାର ଜାରି ପ୍ରାର୍ଥୀ ତାଲିକା ଅନୁସାରେ, ଭେଟେରାନ ବିଜୟ ମହାପାତ୍ର ଏଥର ବିଜେପି ଟିକେଟରେ ପାଟକୁରାରୁ ଲଢ଼ିବେ । ଗତଥର ସେ ମହାକାଳପଡ଼ା ଆସନରୁ ନିର୍ବାଚନ ଲଢ଼ିଥିଲେ । ଏଥର କିନ୍ତୁ ବିଜୟ ନିଜ ଆସନ ବଦଳାଇଛନ୍ତି ।
ବିଜୟ ବିଜେଡିର ଭେଟେରାନ ବେଦପ୍ରକାଶ ଅଗ୍ରୱାଲଙ୍କ ସହ ଲଢ଼େଇ କରିବେ । କଟକ ଲୋକସଭା ଆସନରୁ ୨୦୧୪ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିବା ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବିଜେପି ବିଧାନସଭା ଟିକେଟ ଦେଇଛି । ସେ ଭୁବନେଶ୍ୱର ଉତ୍ତର ଆସନରୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଲଢିବେ । ଭଦ୍ରକ ସାଂସଦ ଅର୍ଜୁନ ସେଠୀ ବିଜେଡି ଟିକେଟରୁ ବଞ୍ଚିତ ହୋଇ ବିଜେପିରେ ସାମିଲ ହେଲେ । ବିଜେପି ତାଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ଭଦ୍ରକ ଲୋକସଭା ଆସନରୁ ଟିକେଟ ଦେଇଛି । ଏଠାରେ ଅଭିମନ୍ୟୁ କଂଗ୍ରେସର ମଧୁମିତା ସେଠୀ ଓ ବିଜେଡିର ମଞ୍ଜୁଲତା ମଣ୍ଡଳଙ୍କୁ ଟକ୍କର ଦେବେ । ଯାଜପୁର ଲୋକସଭା ଆସନରୁ ଅମୀୟ ମଲ୍ଲିକ ଏବଂ ମୟରୂଭଞ୍ଜ ଲୋକସଭା ଆସନରୁ ଇଂ. ବିଶେଶ୍ୱର ଟୁଡୁ ବିଜେପି ଟିକେଟରେ ଭୋଟ ଲଢିବେ ।
ପୁରୀର ପୂର୍ବତନ ନଗରପାଳ ତଥା ବିଜେଡି ନେତା ଜୟନ୍ତ ଷଡଙ୍ଗୀ ବିଜେଡି ଛାଡିବା ପରେ ବିଜେପି ତାଙ୍କୁ ପୁରୀ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ନୀଳଗିରିର ବିଧିାୟକ ସୁକାନ୍ତ ନାୟକଙ୍କୁ ବିଜେପି ଟିକେଟ ଦେଇଛି । ସୁକାନ୍ତ ବିଜେଡି ଛାଡି ବିଜେପିର ଦୁଇ ସପ୍ତାହ ତଳେ ଯୋଗ ଦେଇଥେିଲ । ସେହଭଳି ଆନନ୍ଦପୁର ଆସନରୁ ବିଜେପି ଟିକେଟ ପାଇ ମଧ୍ୟ ପରେ ବିଜେଡି କ୍ୟାମ୍ପକୁ ଯାଇ ଭାଗିରଥୀ ସେଠୀ ଟିକେଟ ନେବା ପରେ ବିଜେପି ସେଠାରେ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଛି । ମହାକାଳପଡ଼ାରେ ବିଜୟ ପ୍ରଧାନ, ରାଇରଙ୍ଗପୁରରେ ନବଚରଣ ମାଝୀ, ମୋରଡ଼ାରେ ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ଆଠମଲ୍ଲିକରେ ଭାଗିରଥୀ ପଧ୍ରାନ, ବାଙ୍କିର ଶୁଭ୍ରାଂଶୁ ପାଢୀ଼, ଆଠଗଡେ଼ର ବ୍ରଜେନ୍ଦ୍ର ରାୟ ବିଜେପିରୁ ବିଧାନସଭା ପାଇଁ ଭୋଟ ଲଢିବେ ।