PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଓଡ଼ିଶାରେ ତିଆରି ହେବ ବିଜୁ ଏକ୍ସପ୍ରେସ୍‌ ୱେ-୨: ତ୍ରିଶୁଳିଆରେ କାଠଯୋଡ଼ି ଉପରେ ଦ୍ୱିତୀୟ ସେତୁ

ଭୁବନେଶ୍ୱର,୧୯/୩: ରାଜ୍ୟରେ ହେବ ବିଜୁ ଏକ୍ସପ୍ରେସ୍‌ ୱେ-୨ । ୧୦୦ କୋଟି ଟଙ୍କା ଖର୍ଚ୍ଚରେ ବ୍ରହ୍ମପୁରଠାରୁ ଜୟପୁର ଯାଏ ୩୩୫ କିମି ଦୈର୍ଘ୍ୟ ରାସ୍ତାକୁ ୪ ଲେନ୍‌ କରାଯିବ । ତ୍ରିଶୁଳିଆଠାରେ କାଠଯୋଡ଼ି ନଦୀ ଉପରେ ଆଉ ଏକ ସେତୁ ତିଆରି କରାଯିବ । ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ବଜେଟ୍‌ ସମ୍ବନ୍ଧୀୟ ସାମ୍ବାଦିକ ସମ୍ମିଳନୀରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହା କହିଛନ୍ତି ।

ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରେ ସଡକ ବିକାଶ କାର୍ଯ୍ୟକ୍ରମ (ଆର୍‌ସିପି) ଅଧୀନରେ ୩୦୦୦ କିମି ସଡ଼କ, ୯ଟି ମୁଖ୍ୟ ସେତୁର ଉନ୍ନତିକରଣ ପାଇଁ ୪୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତ୍ରିଶୁଳିଆଠାରେ କାଠଯୋଡ଼ି ନଦୀ ଉପରେ ନୂଆ ସେତୁ, ବୈତରଣୀ ନଦୀରେ ଚାନ୍ଦବାଲି ଓ ଆନନ୍ଦପୁରଠାରେ ସେତୁ, ଆଳିଠାରେ ବ୍ରାହ୍ମଣୀ ନଦୀ ଉପରେ ସେତୁ ଓ ଦୟା ପଶ୍ଚିମ କେନାଲରେ ୬ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ କରିବାକୁ ଯୋଜନା ରହିଛି ।

ଏବେ ରାଜ୍ୟରେ ୧,୨୮,୭୦,୮୮୫ ବର୍ଗ ମିଟର ପ୍ଲିନ୍ଥ ଏରିଆ କୋଠାବାଡ଼ି ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ମେଡିକାଲ କଲେଜ ଓ ହସ୍ପିଟାଲ୍‌, ଆଦର୍ଶ ବିଦ୍ୟାଳୟ, କୋର୍ଟ କୋଠା, କ୍ରୀଡ଼ା ଭିତ୍ତିଭୂମିର ବିକାଶ କରୁଛି । ଐତିହ୍ୟ, ସ୍ମାରକୀ ଓ ପର୍ଯ୍ୟଟନ ସ୍ଥଳର ବିକାଶ ଯୋଜନା ଅଧୀନରେ ୧୫୮ କୋଟି ଟଙ୍କା ଖର୍ଚ୍ଚରେ କୋଣାର୍କ, ମା’ ଶାରଳା, କଟକ ଚଣ୍ଡୀ, ନୀଳମାଧବ, ଶିଖରଚଣ୍ଡୀ, ଅଲାରନାଥ ପୀଠର ବିକାଶ ପାଇଁ ଯୋଜନା ହୋଇଛି । ୧୦୦୦ କିଲୋମିଟର ରାସ୍ତାର ଉନ୍ନତି କରାଯିବା ସହ ୨୮ ସେତୁ ଓ ଗୋଟିଏ ଫ୍ଲାଏଓଭର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।

ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ କହିଥିଲେ, ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ, ସମ୍ବଲପୁର ଜିଲ୍ଲାରେ ମହାନଦୀ ଉପରେ ନେଲସନ୍‌ ମାଣ୍ଡେଲା ଛକରେ ସେତୁ, କଟକ ମହାନଦୀ ଗୋପୀନାଥପୁରରେ ଟି-ବ୍ରିଜ୍‌, କଟକ ଜିଲ୍ଲାର ମହାନଦୀ ଉପରେ ମଧୁସୂଦନ ସେତୁ, କାଠଯୋଡ଼ି ନଦୀ ଉପରେ ନେତାଜୀ ସୁଭାଷ ବୋଷ ସେତୁ, ଝାରସୁଗୁଡ଼ା ଜିଲ୍ଲାର ଇବ୍‌ ନଦୀ ଉପରେ ରେଙ୍ଗାଲୀଠାରେ ସେତୁ ତିଆରି ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।