PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭୋଗରାଇରେ ବିଜୁ ଜୟନ୍ତୀ ଉପଲକ୍ଷେ ବିଜୁ ମହିଳା ଜନତା ଦଳର ମହିଳା ସମାବେଶ

ଭୋଗରାଇ,୮/୩: ବିଜୁ ଜୟନ୍ତୀ ଉପଲକ୍ଷେ ଭୋଗରାଇରେ ବିଜୁ ମହିଳା ଜନତା ଦଳର ମହିଳା ସମାବେଶ। ଭୋଗରାଇ ହାଟ ପଡ଼ିଆ ଠାରେ ଅନୁଷ୍ଠିତ ଏହି ମହିଳା ସମାବେଶରେ ବିଜୁ ମହିଳା ଜନତା ଦଳର ଭୋଗରାଇ ବ୍ଲକ ସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଅଧ୍ୟକ୍ଷତା କରିଥିଲେ।

ସେହିଭଳି ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ, ବିଶିଷ୍ଟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ଓ ବିଜେଡି ବ୍ଲକ ସଭାପତି ରମାକାନ୍ତ କରଣ,ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମୀନାରାଣୀ ସାସମଲ,ଜିଲ୍ଲା ପରିଷଦ ସଦସ୍ୟା ତଥା ମହିଳା ବିଜୁ ଜନତା ଦଳର ଜିଲ୍ଲା ଉପସଭାନେତ୍ରୀ କବିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସଦସ୍ୟାଙ୍କ ସମେତ ହଜାର ହଜାର ମହିଳା ଏହି ସମାବେଶରେ ଅଂଶଗ୍ରହଣ କରିଥିଲେ।