କୋକସରା,୩୧/୦୫: ଭାରତ ସରକାରଙ୍କ କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ଦେଶର କୃଷି ଓ କୃଷକଙ୍କ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ । ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ଚାଷୀମାନଙ୍କୁ ଉନ୍ନତ ମାନର କୃଷି ବୈଷୟିକ ଜ୍ଞାନ କୌଶଳ ବିକାଶ ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ୨୯ ମେ ରୁ ୧୨ ଜୁନ୍ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ କୃଷି ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି। ଶନିବାର କୋକସରା ବ୍ଲକର କୋକସରା ଧାନ ମଣ୍ଡି ଓ ଡେଙ୍ଗାଗୁଡା ଗ୍ରାମରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀଙ୍କ ଅଧ୍ୟକ୍ଷତାରେ କୋକସରା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ କୋକସରା ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ସମ୍ମାନିତ ଅତିଥି ଭାବେ କୃଷି ବୈଜ୍ଞାନିକ ପ୍ରକାଶ ଚନ୍ଦ୍ର ଜେନା, ଅଜୟ କୁମାର ମାରାଣ୍ଡି, ଏଡିଓ ଧର୍ମଗଡ଼ ସୂର୍ଯ୍ୟ କୁମାର ପାତ୍ର, ଉଦ୍ୟାନ କୃଷି ବୈଜ୍ଞାନିକ ତୁଳସୀ ମାଝୀ, ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ,ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, ନାଏବ ସରପଞ୍ଚ ଖଲୋନୀ ନାଗ ଉପସ୍ଥିତ ଥିଲେ। କୃଷି ବୈଜ୍ଞାନିକ ମାନେ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ, ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ।
ସେହିପରି ଡେଙ୍ଗାଗୁଡାଠାରେ ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆମପାଣି ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆମପାଣି ଜୋନ୍ ବିଜେପି ମଣ୍ଡଳ ସଭାପତି ମଧୁବନ ପାତ୍ର,ବିଜେପି ନେତା ଗରୁଡ଼ ଧ୍ଵଜ ମାଝୀ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଟେମରା ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, କୃଷି ବୈଜ୍ଞାନିକ ଶ୍ରଦ୍ଧା ମହାନ୍ତି, ତୁଳସୀ ମାଝୀ ଉପସ୍ଥିତ ରହି ଚାଷିଙ୍କୁ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ, ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମକୁ ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କୃଷି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।