PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଦିବାଲୋକରେ ବାଇକ ଡିକି ଭାଙ୍ଗି ୧ ଲକ୍ଷ ୧୫ ହଜାର ଲୁଟି ନେଲେ ଦୁର୍ବୃତ୍ତ

ତୁରୁମୁଙ୍ଗା ୨୬/୫- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରୁ ଆଜି ଦିବାଲୋକରେ ଗୋଟିଏ ବାଇକର ଡିକି ଭାଙ୍ଗି ୧ ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଅଭିଯୋଗ ଅନୁଯାୟୀ ବାରିଆ ଥାନା ଅନ୍ତର୍ଗତ ସଡଙ୍ଗି ଗ୍ରାମର ସୁବଳ ଚନ୍ଦ୍ର ସାହୁ ଆଜି ତୁରୁମୁଙ୍ଗା ଷ୍ଟେଟ ବ୍ୟାଙ୍କରୁ ଘର କାମ ପାଇଁ ୧ ଲକ୍ଷ ୧୫ ହଜାର ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖିଥିଲେ। ବଜାରରେ ଥିବା ଏକ ମୋବାଇଲ ରିପିୟାରିଙ୍ଗ ଦୋକାନ ନିକଟରେ ବାଇକ ରଖି ଏକ ଟ୍ରର୍ଚ୍ଚ ଲାଇଟ୍ ସଜାଡିବା ପାଇଁ ଯାଇଥିବା ସମୟରେ କୌଣସି ଦୁବୃର୍ତ୍ତ ତାଙ୍କ ବାଇକ ଡିକି ଭାଙ୍ଗି ୧ଲକ୍ଷ ୧୫ ହଜାର ଟଙ୍କା ସହ ଚେକ୍ ଓ ପାସ ବୁକ୍ ନେଇ ଫେରାର ହୋଇଯାଇଛନ୍ତି। ଏନେଇ ତୁରୁମୁଙ୍ଗା ଥାନା ରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।