ବୋଲଗଡ,୦୧/୧୨: ଖୋର୍ଦ୍ଧା-ବଲାଙ୍ଗିର ୫୭ ଜାତୀୟ ରାଜପଥର ବୋଲଗଡ କଲେଜ ଗେଟ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଗ୍ଯାସ ବୋଝେଇ ଟ୍ରକକୁ ବାଇକ ଧକ୍କା ଦେଇଛି । ଘଟଣାସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତ ଜଣକ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ପାଟବନ୍ଦ ଗ୍ରାମର ମନ୍ମଥ ରାଉତରାୟ। ଘଟଣାସ୍ଥଳରେ ଗ୍ରାମବାସୀ ସହ ବୋଲଗଡ ପୋଲିସ ପହଞ୍ଚି ପ୍ରଥମେ ତାଙ୍କୁ ୧୦୮ ମାଧ୍ଯମରେ ବୋଲଗଡ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆରୋହୀଙ୍କ ନାମ ମନ୍ମଥ ରାଉତରାୟ। ସେ ଭିମପଡା ବିଦ୍ଯୁତ୍ ବିଭାଗରେ କାର୍ଯ୍ୟ କରୁଥିଲେ।ବୋଲଗଡ ପୋଲିସ ଗ୍ଯାସ ବୋଝେଇ ଟ୍ରକ ଓ ବାଇକଟିକୁ ଜବତ କରିବା ସହ ତଦନ୍ତ ଚଳାଇଛି ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...