PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

କୁକୁରକୁ ବଞ୍ଚାଇବାକୁ ଯାଇ ବାଇକ ଦୁର୍ଘଟଣାଗସ୍ତ, ଜୀବନ ହାରିଲେ ଆରୋହୀ

ମାଲକାନଗିରି/କାଲିମେଳା, ୧୯/୧୧: କୁକୁର ଓ ତାର ଛୁଆଙ୍କୁ ବଞ୍ଚାଇବାକୁ ଯାଇ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି।ଏହି ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଜାଙ୍ଗୀ ୱାଡା ପଞ୍ଚାୟତ ଏମଭି-୭୧ ଗ୍ରାମରେ l ମୃତକ ଜଣକ ଏମଭି- ୭୧ଗ୍ରାମର ବିଜନ ସରକାରଙ୍କ ୩୫ବର୍ଷୀୟ ପୁତ୍ର ବିଜୟ ସରକାର ବୋଲି ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ବିଜୟ କାଲିମେଳା ବଜାରକୁ ଆସି କାର୍ଯ୍ୟ ସାରି ରାତିରେ ନିଜ ଘରକୁ ଫେରୁଥିବା ସମୟରେ ଗମ୍ଫା କୋଣ୍ଡା ବିଏସଏଫ କ୍ୟାମ୍ପ ନିକଟରେ ବାଇକ୍ ସମ୍ମୁଖକୁ ମା କୁକୁର ଓ ଛୁଆ ପଳାଇ ଆସିଥିଲେ। ସେମାନଙ୍କୁ ଦୁର୍ଘଟଣାରୁ ବଞ୍ଚାଇ ବାକୁ ଯାଇ ନିଜେ ହଠାତ୍ ବ୍ରେକ ମାରିବାରୁ ଭାରସାମ୍ୟ ହରାଇ ବାଇକଟି ଛିଟିକିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ l ଘଟଣା ସ୍ଥଳେ ଗୁରୁତର ଭାବେ ଚେତା ଶୂନ୍ୟ ହୋଇ ପଡି ରହିଥିଲେ ବିଜୟ। ଭେଜାଙ୍ଗୀ ୱାଡା ଆର ଆଇ କାର୍ଯ୍ୟାଳୟରେ କାର୍ଯ୍ୟରତ ଭାସ୍କର ନାମକ ଜଣେ ବ୍ୟକ୍ତି କାର୍ଯ୍ୟସାରି ଘରକୁ ଫେରୁଥିବା ସମୟରେ ଏହା ଦେଖିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଗାଡ଼ିରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରଥିଲେ । ସେଠାରେ ଉପସ୍ଥିତଥିବା ଡାକ୍ତର ପରୀକ୍ଷା କରି ବିଜୟଙ୍କୁ ମୃତ ଘୋଷଣା କରିଥିଲେ l

ବିଜୟ ସରକାରଙ୍କ ଦୁଇଭାଇଙ୍କ ମଧ୍ୟ୍ୟରେ ବଡ଼ ଭାଇ ଥିଲେ ତାଙ୍କର ଗୋଟିଏ ୯ବର୍ଷର ପୁତ୍ରଥିଲା ବେଳେ ୫ବର୍ଷର ଏକ କନ୍ୟା ସନ୍ତାନ ଥିବା ଜଣାପଡିଛି। ବିଜୟ ଏକ ମାତ୍ର ଘରର ରୋଜଗାର କ୍ଷମ ବ୍ୟକ୍ତିଥିଲେ ତାଙ୍କର ଏପରି ମୃତ୍ୟୁରେ ପରିବାର ସମ୍ପୂର୍ଣ ଭାଙ୍ଗି ପଡି ଥିବା ଦେଖିବାକୁ ମିଳିଛି। ଏହାକୁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।