ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ

Published By : Harapriya Sethi | December 4, 2024 10:53 AM

ବଲାଙ୍ଗୀର,୦୪/୧୨: ୨୬ ନମ୍ୱର ଜାତୀୟ ରାଜପଥ ମହଗାଁ ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଟିଟିଲାଗଡ଼ ଥାନା ଭୁସଲାଟ ଗ୍ରାମର ଲୋଚନ ରତେଇଙ୍କ ପୁଅ ରାଜେନ୍ଦ୍ର ରତେଇ (୩୪) ଏବଂ ଉଦ୍ଧବ ବନଛୋରଙ୍କ ପୁଅ ମାନସ ବନଛୋର (୧୭)ବୋଲି ଜଣାପଡିଛି । ବଲାଙ୍ଗୀର ଜିଲ୍ଲା ୨୬ ନମ୍ୱର ଜାତୀୟ ରାଜପଥ ମହଗାଁ ବ୍ରିଜ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମଙ୍ଗଳବାର ରାତ୍ର ୧୦ ଟା ସମୟରେ ଯୁବକ ଦ୍ୱୟ ବାଇକ ଯୋଗେ ସଇନ୍ତଳା ପଟୁ ଟିଟିଲାଗଡ଼ ପଟକୁ ଯାଉଥିଲେ । ଏହି ସମୟରେ ବରଗାଁ ପଟୁ ସଇନ୍ତଳାକୁ ଆସୁଥିବା ଏକ କାର୍‌ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଯୁବକ ଦ୍ୱୟଙ୍କ ମୃତ୍ୟୁ ଘଟିଥିଲା । ଏହା ଦେଖି କାର୍‌ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଥିଲା । ଦୁର୍ଘଟଣା ହୋଇଥିବା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଇନ୍ତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ମୃତଦେହ ଦ୍ୱୟ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଏନେଇ ପୋଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ କରୁଥିବା ଜଣାପଡିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.