PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ବାଇକ ଚୋରି କରି ନେଉଥିବା ବେଳେ ଲୁଟେରା ଧରାପଡିଲା, ଲୋକଙ୍କ ଠାରୁ ନିର୍ଧୁମ ଛେଚା ଖାଇଲା

ନୀଳଗିରି, ୨୯।୬ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରୁ ବାଇକ ଚୋରି କରି ଆସୁଥିବା ବେଳେ ନୀଳଗିରି ରେ କାବୁ କରି ନିର୍ଧୁମ ଛେଚିଛନ୍ତି ଅଞ୍ଚଳବାସୀ।କପ୍ତିପଦା ହାଟ ନିକଟରୁ  ଓଡ଼ି୧୧ସି-୮୮୨୯ ନମ୍ବର ବିଶିଷ୍ଟ ଗ୍ଲେମର ଗାଡିକୁ ଦୁଇଜଣ ଯୁବକ ଚୋରି କରି ଆଣିଥିଲେ। ଆଣିବା ସମୟରେ ହଠାତ ଗାଡି ମାଲିକ ଦେଖି ଦେବାରୁ କିଛି ସ୍ଥାନୀୟ ଯୁବକ ଙ୍କ ସହାୟତାରେ ପିଛା କରିଥିଲେ। ଏପରିକି ନୀଳଗିରି ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କୁ ଗାଡିର ନମ୍ବର କହି ଯୁବକ ଦୁଇଜଣଙ୍କୁ କାବୁ କରିବାକୁ କହିଥିଲେ।

ନୀଳଗିରି ସହର ମଝିରେ ଚୋର ଦୁଇଜଣ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ପଡିଯାଇ ଦୌଡ଼ିଥିଲେ। ଜଣେ ଯୁବକଙ୍କୁ ଅଞ୍ଚଳବାସୀ କାବୁ କରି ବେଶ ଉତ୍ତମ ମଧ୍ୟମ ଦେଇଥିଲେ। ନୀଳଗିରି ପୋଲିସ ଆସି ଯୁବକ ଜଣକୁ ଉଦ୍ଧାର କରିବାକୁ ଯାଇ ବେଶ ହଟହଟା ହେବାକୁ ପଡିଛି। ଅଟକ ଯୁବକ ଜଣକଙ୍କ ପକେଟରୁ ବାହାରିଥିବା ଆଧାର କାର୍ଡ଼ରେ  ବାଲେଶ୍ଵର ଅଞ୍ଚଳର ବିକାଶ ସ୍ୱାଇଁ ବୋଲି  ଲେଖାଥିବା ଜଣାପଡିଛି। ପୋଲିସ ଏନେଇ ତଦନ୍ତ କରୁଥିବା ବେଳେ ଚୋରି ବାଇକକୁ ଜବତ କରିଛି।