କୋଲକାତା : ପଶ୍ଚିମବଙ୍ଗରରେ ସ୍ୱାଧୀନତା , ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ, ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ମୋଟରସାଇକେଲର ବ୍ୟବହାର ଉପରେ କଡ଼ ପ୍ରତିବନ୍ଧନ ଲଗାଇଛନ୍ତି। ଆୟୋଗ ଦ୍ୱାରା ୨୦ ଅପ୍ରେଲ୍ରେ ଜାରି ଅଧିସୂଚନା ଅନୁସାରେ , ମତଦାନର ୨୪ ଘଣ୍ଟା ପୂର୍ବରୁ କୌଣସି ପ୍ରକାରର ବାଇକ୍ ରାଲି ଅନୁମତି ହେବ ନାହିଁ। ଆୟୋଗର ସୂତ୍ରାନୁସାରେ , ଏହା ଦେଖାଯାଇଛି ଯେ, ନିର୍ବାଚନ ପ୍ରଚାର ସମାପ୍ତ ହେବା ପରେ ମଧ୍ୟ ରାଜନୀତିକ ଦଳ ବାଇକ୍ ରାଲି କରିଥାନ୍ତି , ଯାହା ଦ୍ୱାରା ଅନେକ ମାମଲାରେ ଭୋଟରଙ୍କୁ ଡ଼ରାଇ ଧମକାଇବାକୁ ଚେଷ୍ଟା କରାଯାଏ।
ଜିଲ୍ଲା ନିର୍ବାଚନ ଅଧିକାରୀମାନେ ( DEOs), ପୁଲିସ କମିଶନର ଓ ପୁଲିସ ଅଧିକ୍ଷକଙ୍କୁ ସମ୍ୱୋଧିତ ଏକ ନିର୍ଦ୍ଦେଶରେ ସିଇଓ କହିଛନ୍ତି ଯେ, ମୋଟରସାଇକେଲ ରାଲି ଗୁଡ଼ିକ ଉପରେ ସଂପୂର୍ଣ୍ଣ ବ୍ୟାନ , ଏଥିରେ କୌଣସି କୋହଳ ହେବ ନାହିଁ। ଜଣେ ନିର୍ବାଚନ ଅଧିକାରୀ କହିଛନ୍ତି, ଆୟୋଗ ଭୋଟରଙ୍କୁ ଡ଼ରାଇବା –ଧମକାଇବାର କୌଣସି ବି ଚେଷ୍ଟାକୁ ସହ୍ୟ କରିବେ ନାହିଁ। ଏଥିପାଇଁ ବାଇକ୍ ରାଲି ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ , ଉକ୍ତ ଅବଧିରେ ସନ୍ଧ୍ୟା ୬ଟା ସମୟରୁ ସକାଳ ୬ଟା ପର୍ଯ୍ୟନ୍ତ ମୋଟରସାଇକେଲ୍ ଗୁଡ଼ିକର ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିବ, କେବଳ ଜରୁରୀକାଳୀନ ସ୍ଥିତି ଯେମିତି ଚିକିତ୍ସା କିମ୍ୱା ଜରୁରୀ ପାରିବାରିକ କାରଣ ପାଇଁ ବ୍ୟବହାର ହୋଇ ପାରିବ।
ଏହି ନିର୍ଦ୍ଦେଶରେ ଆହୁରି କୁହାଯାଇଛି ଯେ, ସକାଳ ୬ଟା ସମୟରୁ ସନ୍ଧ୍ୟା ୬ଟା ସମୟ ଯାଏ ମଧ୍ୟ ପିଲିୟନ ରାଇଡିଂ ( ପଛରେ ବସି ଯାତ୍ରା କରିବା) ଉପରେ ରୋକ୍ ରହିବ, ହେଲେ ଚିକିତ୍ସା ଆଦି ଜରୁରୀ ସ୍ଥିତିରେ କିମ୍ୱା ଆବଶ୍ୟକ କାର୍ଯ୍ୟ ଯେମିତି କି ସ୍କୁଲ ପିଲାଙ୍କୁ ନେବା ଭଳି ସ୍ଥିତିରେ କୋହଳ କରାଯିବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବିକ , ଭୋଟିଂ ଦିନ ସକାଳ ୬ଟା ସମୟରୁ ସନ୍ଧ୍ୟା ୬ଟା ସମୟ ଯାଏ ସୀମିତ ସମୟ ପାଇଁ କୋହଳ ରହିବ, ଯେଉଁଥିରେ ପରିବାରର ସଦସ୍ୟଙ୍କୁ ଭୋଟ ଦେବା ଓ ଆବଶ୍ୟକ କାର୍ଯ୍ୟ ପାଇଁ ଦୁଇ ଚକିଆ ଯାନ ଉପରେ ଯାତ୍ରା ଅନୁମତି ମିଳିବ।
ଆହୁରି ମଧ୍ୟ ପଢନ୍ତୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଆତଙ୍କବାଦୀ’ କହି ସଫେଇ ଦେଲେ ଖଡଗେ
ସିଇଓଙ୍କ ଅଫିସର ଜଣେ ଅଧିକାରୀ କହିଛନ୍ତି ଯେ, ରାଜନୀତିକ ପାର୍ଟିମାନେ କେବେ କେବେ ସଂକୀର୍ଣ୍ଣ ଗଳି ରାସ୍ତା ଦେଇ କ୍ୟାସ୍ କିମ୍ୱା ମଦ ନେବା ପାଇଁ ମୋଟରସାଇକେଲର ବ୍ୟବହାର କରନ୍ତ, ଯେଉଁଠିକି ସାଧାରଣତଃ ମୁଖ୍ୟ ରାସ୍ତା ଗୁଡ଼ିକରେ ଚାରି ଚକିଆ ଗାଡ଼ି ଗୁଡ଼ିକ ଉପରେ ନଜର ରଖୁଥିବା ପୋଷ୍ଟ ସବୁ ନଥାଏ। ତାଙ୍କ ଅନୁସାରେ , ଏହି ସବୁ ପ୍ରତିବନ୍ଧକର ଉଦ୍ଦେଶ୍ୟ ଭୋଟରଙ୍କୁ ପ୍ରଲୋଭନ ଦେବାର ଏହି ଉପାୟକୁ ବନ୍ଦ କରିବା ଏବଂ ବିନା କୌଣସି ହିଂସାକାଣ୍ଡରେ ନିର୍ବାଚନ ମାହୋଲକୁ ଉତ୍ତମ କରିବା।