ନୂଆଦିଲ୍ଲୀ,୨୧।୪: ବିବାଦୀୟ ମନ୍ତବ୍ୟ ଦେଇ ନିଜ ବୟାନରେ ନିଜେ ଫଶିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ତାଙ୍କର କହିବା ଅନୁସାରେ, ମୋଦି ଜଣେ ଆତଙ୍କବାଦୀ ଏବଂ ତାଙ୍କ ଦଳ ସମାନତାର ନୀତିରେ ବିଶ୍ୱାସ କରେ ନାହିଁ। ଏଆଇଏଡିଏମକେ ଲୋକତନ୍ତ୍ରକୁ ଦୁର୍ବଳ କରୁଛି ଓ ପେରିୟାର ଏବଂ ଆମ୍ବେଦକରଙ୍କ ସିନ୍ଧାନ୍ତ ବିରୋଧରେ କାମ କରୁଛି। ଯଦିଓ ପରେ ଖଡଗେ ନିଜେ ସଫେଇ ଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ମୁଁ ଆତଙ୍କବାଦୀ କହିନି, ମୁଁ କେବଳ କହିଥିଲି ସେ ଆତଙ୍କିତ କରୁଛନ୍ତି।’
#WATCH | Chennai, Tamil Nadu | Congress President Mallikarjun Kharge says, "How these AIADMK people, who themselves put the photo of Annadurai, how can they join Modi? He is a terrorist. His party won't believe in equality and justice. These people are joining with them; it means… pic.twitter.com/znLvE7hutP
— ANI (@ANI) April 21, 2026
ତା ପରେ କଂଗ୍ରେସ ଅଧ୍ୟକ୍ଷ କହିଥିଲେ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ମୋଦି ସବୁବେଳେ ଧମକାନ୍ତି। ମୁଁ ଆପଣଙ୍କୁ କହିଥିଲି, ଆଇଟି, ଇଡି ସବୁ ସଂସ୍ଥା ତାଙ୍କ ହାତରେ ରହିଛି। ମୁଁ କେବେ ଏହା କହିନି ସେ ଜଣେ ଆତଙ୍କବାଦୀ। ସେ ଲୋକଙ୍କୁ ଆତଙ୍କିତ କରୁଛନ୍ତି।’
#WATCH | Chennai, Tamil Nadu | Clarifying on his remark on PM Modi, Congress President Mallikarjun Kharge says, "He (PM Modi) is terrorising people and political parties. I never said he is a terrorist...What I mean, I want to clarify, is that Modi always threatens. The… pic.twitter.com/8ZLypQ7eZI
— ANI (@ANI) April 21, 2026
ତାମିଲନାଡୁରେ ନିର୍ବାଚନ ପ୍ରଚାର ପାଇଁ ପହଁଞ୍ଚିଥିବା କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ଚେନ୍ନାଇରେ କହିଛନ୍ତି, ମୋଦି ଓ ଶାହ ପୂର୍ବରୁ ବି ଚୟନ କରାଯାଇଥିବା ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଆପଣ ଜାଣନ୍ତି ଯେ, ୧୧ ବର୍ଷ ରେ ସେ ବହୁ ସରକାର ଭାଙ୍ଗିଛନ୍ତି, ବିଧାୟକଙ୍କୁ କିଣିଛନ୍ତି, ରାଜ୍ୟସଭା ସାଂସଦଙ୍କୁ କିଣିଛନ୍ତି। ଏହି ଲୋକ ଧନବଳ ଓ ମସଲ୍ସ ପାଓ୍ବାରର ବ୍ୟବହାର କରିଥିଲେ। ତାଙ୍କ ହାତରେ ଯେଉଁ ସଂସ୍ଥା ରହିଛି, ଯେପରିକି ସିବିଆଇ ଇଡି, ଆଇଟି ଭଳି ସଂସ୍ଥାକୁ ମେସାନେ ଭୁଲ ବାଟରେ ପ୍ରୟୋଗ କରୁଛନ୍ତି ଓ ରାଜନୈତିକ ଦଳର ନେତାଙ୍କ ଉପରେ ଚଢାଉ କରୁଛନ୍ତି।
ଖଡଗେଙ୍କ ଏଭଳି ବୟାନକୁ ନେଇ ବିଜେପି କଡା ବିରୋଧ କରିଛି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ପିଏମ୍ ମୋଦିଙ୍କୁ ଖଡଗେ ‘ଆତଙ୍କବାଦୀ’ କହିଥିବାରୁ କ୍ଷମା ମାଗିବା ସରକାର। ଆମକୁ ଲାଜ ଲାଗୁଛି କଂଗ୍ରେସ ଏଭଳି ନିମ୍ନ ସ୍ତରକୁ ଆସିଯାଇଛି। ସେମାନେ ଲୋକତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦୀ କହିଛନ୍ତି। ତାଙ୍କୁ ଲୋକେ ଚୟନ କରିଛନ୍ତି। ମୁଁ ଖଡଗେଙ୍କ ବୟାନକୁ କଡା ନିନ୍ଦା କରୁଛି ଓ ତାଙ୍କୁ ପିଏମ୍ ମୋଦି ଓ ଆମ ଦେଶର ଲୋକଙ୍କ ଅପମାନ କରିବା ପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର।’