ଜଳେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ଫର, ଜଣେ ମୃତ

ଜଳେଶ୍ୱର ୧୮/୬: ବାଇକକୁ ଡମ୍ଫର ଧକ୍କା ଦେବା ଫଳରେ ଜଣେ ମୃତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମୁରିଆ ଛକଠାରେ ବାଇକ୍ କୁ ଧକ୍କା ଦେଲା ଡମ୍ଫର । ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା ଦମ୍ପତ୍ତି ତଳେ ପଡିଯାଇଥିଲେ । ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି ।

ମୃତା ମହିଳା ହେଲେ ଛୁଞ୍ଚିଆ ଗ୍ରାମର ନିର୍ମାଲ୍ଯ ପାତ୍ରଙ୍କ ପତ୍ନୀ ଗୁରୁବାରି ପାତ୍ର । ତେବେ ଦୁର୍ଘଟଣା ପରେ ଡମ୍ଫର ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଜଳେଶ୍ୱର-ଚନ୍ଦନେଶ୍ୱରର ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।