ପ୍ରମୂଖ ଖବର

ବସ -ବାଇକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

Published By : Gurupada Nath | May 28, 2025 10:51 PM

ଚିକିଟି,୨୮/୫ :  ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ରାସ୍ତା ନିକଟସ୍ଥ ରାମଚନ୍ଦ୍ରପଲ୍ଲୀ ମୋଡ଼ ନିକଟରେ ବସ୍ -ବାଇକ ମୁହାଁମୁହିଁ ଧକ୍କା । ଫଳରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ମୃତ ବାଇକ ଆରୋହୀ ପିତାତଳି ଗ୍ରାମର ପିତାମ୍ବର ସେଠୀ (୨୭)ବୋଲି ଜଣାପଡିଛି l 

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଏକ ଘରୋଇ ଯାତ୍ରୀବାହି ବସ୍ ଚିକିଟିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ବ୍ରହ୍ମପୁରରୁ ମେଡ଼ିକାଲ କାମ ସାରି ପିତାତଳି ଗ୍ରାମକୁ ଫେରୁଥିବାବେଳେ ବାଇକ ଆରୋହୀ ରାମଚନ୍ଦ୍ରପଲ୍ଲୀ ମୋଡ଼ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l ଗୋଳନ୍ଥରା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.