ରିମୁଳି/ନାରଦପୁର,୬/୧୧ : ଚମ୍ପୁଆ ଥାନା ରିମୁଳି-ଯୋଡ଼ା ୫୨୦ନମ୍ବର ଜାତୀୟ ରାଜପଥ ବାସୁଦେବପୁର ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି l ହାଇୱା ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି l ମୣତକ କୋଦଗାଡିଆ ଗ୍ରାମ ପବିତ୍ର ମହାନ୍ତ ବୋଲି ଜଣାପଡ଼ିଛି l
ସୂଚନା ଅନୁସାରେ ସେ ଆଜି ନିଜ ଗ୍ରୋସରୀ ଦେlକାନ ସାମଗ୍ରୀ ଆଣିବାକୁ ବାସୁଦେବପୁର ଯାଇଥିଲେ । ସେଠାରୁ ଦେlକାନ ସାମଗ୍ରୀ ନିଜ ବାଇକରେ ଲଦି ଆସିବାକୁ ବାହାରୁ ଥିବାବେଳେ ଏକ ହାଇଓ୍ବା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ହେଇପଡ଼ିଥିଲେ l ପରେ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲାବେଳେ ରାସ୍ତାରେ ତାଙ୍କ ମୣତ୍ୟୁ ଘଟିଛି l
ଅନ୍ୟପଟେ ଖବରପାଇ ରିମୁଳି ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ଅନ୍ୟପଟେ ସେ କୋଦଗାଡ଼ିଆ ଛକରେ ପ୍ରାୟ ୨୦ବର୍ଷ ହେବ ଗ୍ରୋସରୀ ଦୋକାନ କରିଥିଲେ । ତାଙ୍କର ମୃତ୍ୟୁ ଖବରପାଇ କୋଦଗାଡ଼ିଆ ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l