ବିଭିନ୍ନ ଦାବି ନେଇ ପାଚକ ପାଚିକା ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ,୨୮/୧୧:ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ୯ ଦଫା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ମୁରୁସୁଣ୍ଡି ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥଲେ। ପାଚକ ପାଚିକାମାନଙ୍କୁ ମାସିକ ୯୫୭୦ ଟଙ୍କା ଦରମା ପ୍ରଦାନ, ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା, ୨୦୧୮ ମସିହା ଠାରୁ ଏ ପର୍ଯ୍ୟନ୍ତ ଦରମାର ବକେୟା ପାଉଣା ପ୍ରଦାନ,୬୦ ବର୍ଷ ବୟସରୁ ଅବ୍ୟାହତି ପରେ ପେନସନ ପ୍ରଦାନ, ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ଖରାଛୁଟି ରେ ମଧ୍ୟ ଦରମା ପ୍ରଦାନ କରାଯାଉ ଆଦି ଦାବିନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା।