ନୂଆଦିଲ୍ଲୀ, ୯/୨ : ଡ୍ରେନ ଖୋଳୁ ଖୋଳୁ ବାହାରେ ଯୁବକ । ଜୀବନ୍ତ ଅବସ୍ଥାରେ ଉଦ୍ଧାର । ପ୍ରଥମେ ହାତ ବାହାରିଥିବାବେଳେ ସମସ୍ତେ ଦେଖିବା ପରେ ଡରି ଯାଇଥିଲେ । ମାତ୍ର ପରେ ଜୀବନ୍ତ ଥିବା ଜଣା ପଡ଼ିଥିଲା । ଛତିଶଗଡ଼ର ବିଳାସପୁରରୁ ଆସିଛି ଏଭଳି ଖବର । ୫ଦିନ ହେବ ଏହି ଡ୍ରେନରେ ସେ ଫସି ରହିଥିଲେ । ଯୁବକ ଜଣକ ହେଲେ ରାମ କୁମାର ଚୌହ୍ବାନ । ତାଙ୍କ ବୟସ ୩୩ ବର୍ଷ ହେବ ।
ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଦ୍ଧାର ହୋଇଥିବା ଯୁବକଙ୍କ ପଚରା ଯାଉଥିବା ପ୍ରଶ୍ନରେ ସେ ମଜାଳିଆ ଭାବେ ଉତ୍ତର ଦେଉଥିଲେ । ଯେଉଁଥିରେ ଅନୁମାନ କରାଯାଉଛି କି, ସେ ଜଣେ ମାନସିକ ବିକାରଗ୍ରସ୍ତ ହୋଇଥିବେ ବୋଲି କୁହାଯାଉଛି । ବିଳାସପୁରର ପୁରୁଣା ବସଷ୍ଟାଣ୍ଡ ନିକଟରୁ ଯେତେବେଳେ ତାଙ୍କର ହାତ ଦେଖିଥିଲେ ସ୍ଥାନୀୟ ଲୋକେ ଡରି ଯାଇଥିଲେ । ସେମାନେ ଭାବିଥିଲେ କି, କେହି ମୃତ ଲୋକର ଶରୀର ବୋଧେ ରହିଛି । ମାତ୍ର ଖେଳାଯିବା ପରେ ଯୁବକ ଜଣକ ବାହାରକୁ ଆସିଥିଲେ । ମାତ୍ର ସେ ଯେଭଳି କଥା କହୁଥିଲେ ଭଲରେ ବୁଝି ହେଉନଥିଲା । ପୁଳିସ ଏବେ ତାଙ୍କ ପରିବାରକୁ ଖୋଜୁଥିବାବେଳେ କାରଣ ଖୋଜୁଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯୁବକ ଜଣକର ହାତ ବାହାରକୁ ଦିଶୁଥିଲା । ସେ ଚିତ୍କାର କରି ମୋତେ ବଞ୍ଚାଅ ବୋଲି ଡାକୁଥିଲେ । ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ପରେ ସ୍ଥାନୀୟ ଲୋକେ ଜେସିବି ଡାକିଥିଲେ । ଖୋଳିବା ପରେ ଯୁବକ ଜଣକ ହଠାତ ମଇଳା ଅବସ୍ଥାରେ ବାହାରିଥିଲେ । ଏହାପରେ ପଚାରିବା ପରେ ନିଜ ନାମ ସହ ବାପାଙ୍କ ନାମ ଏବଂ ଘର ଠିକଣା କହିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ କହିଥିଲେ କି, ୫ଦିନ ହେବ ସେଠାରେ ଫସି ରହିଥିବା କହିଥିଲେ । ଯାହାକି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କେମିତି ଏତେଦିନ ଅଳିଆ ପାଣିରେ ବଞ୍ଚିଲେ କିଛିଲୋକ ମଧ୍ୟ ବିଶ୍ବାସ କରିପାରିଲେ ନାହିଁ ।
ଏହାସହ ପଢ଼ନ୍ତୁ : ଦ୍ବନ୍ଦରେ ଚାଷୀ, ମଣ୍ଡି ଜଗିବେ ନା ରବି ଚାଷ ପାଇଁ ପ୍ରସ୍ତୁତି କରିବେ ?