PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ବିଲକିସ୍‌ ବାନୋ ଗଣଦୁଷ୍କର୍ମ ଘଟଣା: ୧୪ ବର୍ଷ ପରେ ଜେଲରୁ ଖଲାସ ହେଲେ ୧୧ ଅଭିଯୁକ୍ତ, ଗୁଜରାଟ ଦଙ୍ଗାରେ ଘଟିଥିଲା ଜଘନ୍ୟ କାଣ୍ଡ

ଅହମଦାବାଦ ୧୬/ ୦୮: ବହୁଚର୍ଚ୍ଚିତ ଗୁଜରାଟ ଦଙ୍ଗାରେ ଘଟିଥିବା ବିଲକିସ୍ ବାନୋ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି କୋର୍ଟ । ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ମୋଟ ୧୧ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ମୁକ୍ତ କରାଯାଇଛି । ୨୦୦୨ ଗୁଜରାଟ ଦଙ୍ଗା ବେଳେ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ସେବେଠାରୁ ଜେଲରେ ଥିଲେ ୧୧ ଜଣ ଅଭିଯୁକ୍ତ । ତେବେ ଆଜୀବନ କାରାଦଣ୍ଡାଦେଶ ଶେଷ ହେବାପରେ କ୍ଷମା ପ୍ରାର୍ଥନା ପାଇଁ ଅଭିଯୁକ୍ତମାନେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ସରକାରଙ୍କ ପକ୍ଷରୁ ଗଠିନ ପ୍ୟାନେଲ୍‌ ଏହାକୁ ହୃଦୟଙ୍ଗମ କରିବା ସହିତ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ ।

ଗୁଜରାଟ ଗୃହ ବିଭାଗ ଅତିରିକ୍ତ ସଚିବ ରାଜ୍‌ କୁମାର କହିଛନ୍ତି, ‘ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡ ଅର୍ଥାତ ୧୪ ବର୍ଷର ସଶ୍ରମ କାରାଦଣ୍ଡ ଶେଷ ହେବାପରେ ସେମାନେ କ୍ଷମା ପ୍ରାର୍ଥନା କରି ମୁକ୍ତି ପାଇଁ ଚିଠି ଲେଖିଥିଲେ । କେବଳ ସେତିକି ନୁହେଁ ଜେଲ ମଧ୍ୟରେ ଭଲ ବ୍ୟବହାର, ଆଚରଣ, ବୟସ ତଥା ଅପରାଧର ଭୟାବହତାକୁ ଦୃଷ୍ଟିରେ ରଖି କ୍ଷମା ଯାଚିକା କୋର୍ଟ ଗ୍ରହଣ କରିଥାନ୍ତି’।

୨୦୦୨ ମାର୍ଚ୍ଚ ୩ ତାରିଖର ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍‌ ବାନୋ ୩ ମାସର ଗର୍ଭବତୀ ଥିଲେ । ଗୁଜରାଟର ଲିମଖେଡା ଅଞ୍ଚଳରେ ମବ୍‌ ଲିଞ୍ଚିଂରେ ବିଲକିସ୍‌ ବାନୋଙ୍କ ୩ ବର୍ଷର ଝିଅ ସମେତ ୧୪ ଜଣଙ୍କୁ ହତ୍ୟା କରାଯାଇଥିଲା । ଦୁର୍ବୁତ୍ତମାନେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣାକୁ ନେଇ ଦମ୍ଭର ସହ ଲଢିଥିଲେ ବିଲକିସ୍‌ ବାନୋ । ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ ସେ । ପରେ ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିଲକିସ ବାନୋଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ଦେବା ପରେ ମାମଲାକୁ ଗୁଜରାଟରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ପରେ ଗତ ୨୦୦୮ ଜାନୁଆରୀ ୨୧ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୧୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଇତି ମଧ୍ୟରେ ୧୪ ବର୍ଷ ପୂରଣ ହୋଇସାରିଥିବାରୁ ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଛି । ମାମଲାରେ ସୁପ୍ରିମକୋର୍ଟ ଗତ ୨୦୧୯ରେ ପୀଡିତା ବିଲକିସ୍‌ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Bilkis Bano Gang Rape Case: 11 Convicts Sentenced To Life Imprisonment  Released Under Gujarat Govt's Remission Policy

ସମ୍ବନ୍ଧିତ ଖବର